କାହିଁକି ରବିବାର ସୂର୍ଯ୍ୟଦେବଙ୍କୁ ଅର୍ପଣ କରାଯାଏ ଲାଲ ରଙ୍ଗର ଫୁଲ ?

0

ସପ୍ତାହକ ସାତ ଦିନ ଯାଏଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ରବିବାର ସୂର୍ଯ୍ୟଦେବଙ୍କୂ ପୂଜା କରିବାର ବିଧି ରହିଛି । ଭଗବାନ ସୂର୍ଯ୍ୟ ପ୍ରସନ୍ନ ହେବା ଦ୍ୱାରା ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ସୂର୍ଯ୍ୟଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି କୁହାଯାଇଥାଏ । ସେହିପରି ଜ୍ୟୋତିଷଶାସ୍ତ୍ର ଅନୁସାରେ ଜୀବନରେ ଗ୍ରହର ପ୍ରଭାବ ପଡିଥାଏ । ସେଥିପାଇଁ ଜାତକରେ ସୂର୍ଯ୍ୟ ମଜବୁତ ହେବା ନିହାତି ଆବଶ୍ୟକ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର ହେବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ମାନ-ସମ୍ମାନ, ଯଶ ଏବଂ ସମୃଦ୍ଧି ଆଦି କମ ହୋଇଥାଏ । ସେଥିପାଇଁ ଆପଣ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ଲାଗି କିଛି ଉପାୟ କରିପାରିବେ ।

-ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ ।

-ଲାଲ ରଙ୍ଗର ଫୁଲ ସୂର୍ଯ୍ୟଦେବଙ୍କ ପ୍ରିୟ ଫୁଲ । ସେଥିପାଇଁ ଏହି ଫୁଲ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ।

-ଜଳରେ ଗୁଡ ମିଶାଇ ରବିବାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୋଇଥାଏ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ମୁକ୍ତି ମିଳିଥାଏ ।

-ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ଲାଲ ରଙ୍ଗରେ ସିନ୍ଦୁର ମିଶାଇବ ଉଚିତ୍ । ଏହା ସୂର୍ଯ୍ୟଙ୍କ ଅତି ପ୍ରିୟ ।

-ରବିବାର ବ୍ରତରେ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ ।

Leave a comment