କାହିଁକି ପିଆଜ ଓ ରସୁଣକୁ ଆମିଷ ବୋଲି କୁହାଯାଏ ?

0

ଆପଣ ମାନେ ଅନେକ ଥର ଶୁଣିଥିବେ କି ବ୍ରାହ୍ମଣମାନେ ରସୁଣ ଏବଂ ପିଆଜ ଠାରୁ ଦୂରେଇ ରୁହନ୍ତି। ଆପଣମାନେ ମଧ୍ୟ ଦେଖିଥିବେ କି କୌଣସି ପୂଜା ପର୍ବଣରେ ଆମିଷ ନଖାଇବା ସହିତ ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ ତ ଏଥିରେ ଆଶ୍ଚର୍ଯ୍ୟ ଲାଗେକି, ଆମିଷ ତ ଠିକ ଅଛି କିନ୍ତୁ ପିଆଜ ରସୁଣ କାହିଁକି ଖାଇବା ମନା l ଆସନ୍ତୁ ଜାଣିବା ସେହି ବିଷୟରେ,  ଶାସ୍ତ୍ରରେ ଏହି କଥାର କାରଣ କୁହାଯାଇଛି ଅନେକ ଯୁଗରୁ ଏହା ମାନ୍ୟତା ଅଛି ଯେ ଏହାକୁ ହିଁ ମୁଖ୍ୟ କାରଣ ରୂପରେ କୁହାଯାଇଅଛି କେଉଁ କାରଣରୁ ବ୍ରାହ୍ମଣମାନେ ଏହି ସବୁ ଜିନିଷର ସେବନ କରନ୍ତି ନାହିଁ ବା ପିଆଜ ରସୁଣକୁ କଣ ପାଇଁ ଆମିଷ ବୋଲି କୁହାଯାଇ ଥାଏ।

କହିଦେବୁକି ସମୁଦ୍ର ମନ୍ଥନ ସମୟରେ ଯେବେ ଅମୃତ କଳସ ବାହାରିଥିଲା ସେତେବେଳେ ବିଷ୍ଣୁ ଭଗବାନ ସମସ୍ତ ଦେବତାଙ୍କୁ ଅମର ହେବା ପାଇଁ ଅମୃତ ବାଣ୍ଟୁଥିଲେ ସେହି ସମୟରେ ରାହୁ ଏବଂ କେତୁ ଦୁଇ ରାକ୍ଷସ ତାଙ୍କ ମଧ୍ୟରେ ଆସି ପଶିଗଲେ ଏବଂ ଭୁଲ ବଶତଃ ସେମାନେ ଅମୃତ ପିଇ ଦେଇଥିଲେ କିନ୍ତୁ ଯେବେ ଦେବତାଙ୍କୁ ଏହା ଆଭାସ ମିଳିଲା ସେମାନେ ଏହି ବିଷୟରେ ତୁରନ୍ତ ବିଷ୍ଣୁ ଭଗବାନଙ୍କୁ ଜଣାଇଲେ। ତା ପରେ ବିଷ୍ଣୁ ଭଗବାନ ସୁଦର୍ଶନ ଚକ୍ର ଦ୍ୱାରା ସେହି ରକ୍ଷାସରୁ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲେ ମୁଣ୍ଡ ଶରୀରରୁ ଅଲଗା ହେବା ପରେ ଅମୃତର କିଛି ବୁନ୍ଦା ଚାଲିଯାଇଥିଲା।

ଏମିତିରେ ରାକ୍ଷାସଙ୍କର ମୁଣ୍ଡ ଅଲଗା ହୋଇଗଲା କିନ୍ତୁ ସବୁ ନଷ୍ଟ ହୋଇଗଲା l ମାତ୍ର ଯେବେ ବିଷ୍ଣୁ ଭଗବାନ ତାଙ୍କ ଉପରେ ପ୍ରହାର କଲେ କିଛି ରକ୍ତର ବୁନ୍ଦା ତଳେ ପଡ଼ିଗଲା ଏବଂ ସେହି ରକ୍ତରୁ ପିଆଜ ଏବଂ ରସୁଣ ଜନ୍ମ ନେଇଥିଲେ ଯାହା କାରଣରୁ ଏହାକୁ ମୁହଁରେ ଲଗାଇଲେ ଦୁର୍ଘନ୍ଧ ଆସିଥାଏ। ଯାହା କାରଣରୁ ବ୍ରାହ୍ମଣ ଏହାର ସେବନ କରନ୍ତି ନାହିଁ କାରଣ ତାଙ୍କର ମାନିବା କଥାକି ପିଆଜ ଏବଂ ରସୁଣରେ ରାକ୍ଷାସଙ୍କର ବାସ ଅଛି ଏହି କାରଣରୁ କୌଣସି ପୂଜା ବା ଶୁଭ କାର୍ଯ୍ୟରେ ପିଆଜ ରସୁଣ ଖାଆନ୍ତି ନାହିଁ ଏବଂ ଏହାକୁ ଆମିଷ ବୋଲି ଧରାଯାଇଛି।

Leave a comment