କାହିଁକି ଶୀତଋତୁରେ ଦେଖାଯାଏ ଅଧିକ ହାର୍ଟ ଆଟାକ ସମସ୍ୟା , ଏଥିରୁ ନିବୃତ ରହିବା ଆପଣାନ୍ତୁ ଏହି ଟିପ୍ସ

0

ବିଶେଷ ଭାବରେ ଅନ୍ୟ ଋତୁ ତୁଳନାରେ ଶୀତଋତୁ ରେ ହାର୍ଟ ଆଟାକ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ l ଏହାର ବିଶେଷ କାରଣ ହେଉଛି ତାପମାତ୍ରାରେ ହ୍ରାସ ଅଟେ l କାହିଁକି ନା ଥଣ୍ଡା କାରଣରୁ ଶରୀରର ତାପମାତ୍ରା ହ୍ରାସ ନହେସ ସେଥିପାଇଁ ହାର୍ଟ ଦ୍ରୁତ ବେଗରେ ପମ୍ପ କରିଥାଏ l ଯାହାଦ୍ୱାରା ଶରୀର ଭିତରେ ବ୍ଲଡ଼ ଫଳ ବଢି ଯାଇଥାଏ l କିନ୍ତୁ ସର୍ଦି କାରଣରୁ ଆର୍ଟରିଜ ସଂକୁଚିତ ହୋଇଯାଏ, ଯାହାଦ୍ୱାରା ବ୍ଲଡ଼ ଯେତେ ଜୋରେ ପ୍ରବାହିତ ହୋଇ ନଥାଏ ଯେତିକି ଆବଶ୍ୟକ ରହିଥାଏ l ଏହାର ଅର୍ଥ ସାରା ଶରୀରରେ ତାହାକୁ ମେଣ୍ଟଟେନ କରିବା ସୁବିଧା ହୋଇ ନଥାଏ l

ବିଶେଷ ଭାବରେ ଉଚ୍ଚ ରକ୍ତଚାପ, ମଧୁମେହ ରୋଗୀ କିମ୍ବା କୋଲେଷ୍ଟ୍ରଲ ସମ୍ବନ୍ଧୀୟ ରୋଗୀ ଏଥିପ୍ରତି ବିଶେଷ ଭାବରେ ସଚେତନ ହେବା ଜରୁରୀ l କିନ୍ତୁ ହାର୍ଟ ପାଇଁ ସବୁଠୁ ବଡ଼ ବିପଦ ହେଉଛି ଉଚ୍ଚ ରକ୍ତଚାପ ଅଟେ l

ଶୀତଋତୁ ରେ ବିଶେଷ ଭାବରେ ଖାଆନ୍ତୁ ଏହିସବୁ ଜିନିଷ, ଯାହାକି ଦୂରେଇ ରଖିବ ହୃଦଘାତ ସମସ୍ୟା ଠାରୁ -:
– ଗୁଜୁରାତି -ହାର୍ଟ ହେଲ୍ଥ ପାଇଁ ଗୁଜୁରାତି ଖୁବ ଭଲ l ଆପଣ ଗୋଟିଏ ଗୁଜୁରାତି କୁ ଗୋଟିଏ କପ ଦୁଗ୍ଧ କିମ୍ବା ଚା ରେ ମିଶାଇ ସେବନ କରନ୍ତୁ l ଖାଦ୍ୟ ଖାଇବାର ଏକଘଣ୍ଟା ପରେ ଗୁଜୁରାତି ଚୋବାଇ ଖାଆନ୍ତୁ ଏହା ଆପଣଙ୍କୁ ଖୁବ ଲାଭ ଦେବ l ଏହାପରେ ସାମାନ୍ୟ ଉଷୁମ ପାଣି ମଧ୍ୟ ସେବନ କରାନ୍ତୁ l

– ଅର୍ଜୁନ ଗଛର ଛେଲି – ଅର୍ଜୁନ ଗଛ ର ଖୋଳପା କୁ ଆପଣ ନିୟମିତ ଚା ପ୍ରସ୍ତୁତ ସମୟରେ ଏହାକୁ ଚା ରେ ମିଶାଇ ଫୁଟାଇ ସେବନ କରି ପାରିବେ l ନଚେତ ଏହାକୁ ଗୁଣ୍ଡ କରି ଉଷୁମ କରିବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ l

– ଗୋଲ ମରିଚ – ଗୋଲ ମରିଚ ଶରୀରରେ ଇନ୍ସୁଲିନ ସ୍ତରକୁ ଠିକ ରଖିବାରେ ସାହାଯ୍ୟ କରିଥାଏ l ବିଶେଷ ଭାବରେ ବୃଢ଼ ବୟସ୍କ ମାନନ୍କ ଶରୀରରେ କୋଲେଷ୍ଟ୍ରଲ, ସ୍ତର କୁ ଓ ଗ୍ୟାସ ସମସ୍ୟା ଠିକ ରଖିବା ପାଇଁ ସାହାଯ୍ୟ କରିଥାଏ l ତେଣୁ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଲ ମରିଚ କୁ ଉଷୁମ ପାଣିରେ ସେବନ କରନ୍ତୁ l କିମ୍ବା ସକାଳୁ ଦୁଗ୍ଧ ଓ ଚା ରେ ଗୋଲମରିଚ ସେବନ କରନ୍ତୁ l

– ଶୁଣ୍ଠୀ ଗୁଣ୍ଡ – ଶୁଖିଲା ଅଦା କୁ ଶୁଣ୍ଠୀ ବୋଲି କୁହାଯାଏ l ଏହାକୁ ଗୁଣ୍ଡ ଭାବରେ ପ୍ରସ୍ତୁତ କରି ନିୟମିତ ଗୋଟିଏ ଛୋଟ ଚାମଚ ଶୁଣ୍ଠୀ ଗୁଣ୍ଡ ସେବନ କରନ୍ତୁ l ଏହା ଆର୍ଟରିଜ ଟାଇଟ ହେବାରୁ ମଧ୍ୟ ରକ୍ଷା କରିଥାଏ l ଶରୀର ଫୁଲିବାରେ ମଧ୍ୟ ସାହାଯ୍ୟ କରିଥାଏ ଓ ମେଟାବୋଳିଯିମ ଉଚ୍ଚ ସ୍ତରରେ ରଖିବାରେ ସାହାଯ୍ୟ କରିଥାଏ l

– ଛେତ ପୁରଣୀ ଶାଗ – ଶୀତଋତୁ ରେ ବିଶେଷ ଭାବରେ ହାର୍ଟ ସମସ୍ୟା ଓ ଥଣ୍ଡା ଠାରୁ ରକ୍ଷା ପାଇବା ପାଇଁ ନିୟମିତ ଭାବରେ ଏହି ଶାଗ ସେବନ କରିବା ନିହାତି ଜରୁରୀ l ଯାହାଦ୍ୱାରା ହାର୍ଟ ସମସ୍ୟା ମଧ୍ୟ ଦୂରେଇ ରହିଥାଏ l

ଆଉ କିଛିଟା ଉପାୟ ହାର୍ଟ କୁ ସୁସ୍ଥ ରଖିବା ପାଇଁ –
– ସକାଳୁ ହଟାତ ଉଠିବା ଉଚିତ ନୁହେଁ l ଯେତେବେଳେ ମଧ୍ୟ ଉଠୁଛନ୍ତି ବାମ ପଟକୁ କଡେଇ ହୋଇ ଉଠିବା ଜରୁରୀ l
– ସକାଳୁ ପ୍ରତିଦିନ ଶୀତଋତୁ ରେ ସାମାନ୍ୟ ଉଷୁମ ପାଣି ସେବନ କରନ୍ତୁ l
– ଯୋଗାସନ ନିହାତି କରିବା ଜରୁରୀ l କାହିଁକି ନା ଆପଣ ଯଦି କୌଣସି ଶାରୀରିକ ବ୍ୟାୟାମ କରିବେ ନାହିଁ ଏହା ହୃଦଘାତ ର କାରଣ ହୋଇପାରେ l
– ଶରୀରର ତାପମାତ୍ରା ଠିକ ରଖନ୍ତୁ l

Leave a comment