‘ସଞ୍ଜୁ’ ପରେ ୪ ବର୍ଷ କାହିଁକି ଫିଲ୍ମ ଜଗତରୁ ଦୂରେଇଥିଲେ ରଣବୀର , କହିଲେ କାରଣ

0

ରଣବୀର କପୁର ପ୍ରାୟ ଚାରି ବର୍ଷ ପରେ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଜୋରସୋରରେ ଲାଗିପଡିଛନ୍ତି ​​| ସେ ଆଜିକାଲି ତାଙ୍କର ରିଲିଜ ହେବାକୁ ଥିବା ଫିଲ୍ମ ‘ଶମଶେରା’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଯାହା ଜୁଲାଇ ୨୨ରେ ପ୍ରେକ୍ଷାଳୟକୁ ଆସିବ । ତେବେ ଏହି ସମୟରେ ସେ ଦୀର୍ଘ ୪ ବର୍ଷ ହେବ ଫିଲ୍ମ ଜଗତରୁ ଦୁରେଇ ରହିବାର କାରଣର ମଧ୍ୟ ଖୁଲାସା କରିଛନ୍ତି। ସୂଚନାଯୋଗ୍ୟ ଯେ,ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ସଞ୍ଜୁ’ ରେ ଦେଖିବାକୁ ମିଳିଥିଲା ।

ସେ କହିଛନ୍ତି ଯେ, ସଞ୍ଜୁଙ୍କ ପରେ ମୁଁ ‘ଶମଶେରା’ ଏବଂ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଥିଲି। ଏହି ଦୁଇଟି ଚଳଚ୍ଚିତ୍ର ବଡ ବଜେଟ୍ ଥିଲା, ତେଣୁ ତାଙ୍କୁ ବହୁତ ସମୟ ନେବାକୁ ପଡିଲା | ଏହା ସହିତ ସେ ଆହୁରି କହିଥିଲେ ଯେ ପିତା ରିଷି କପୁରଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନଥିଲା ଏବଂ ସେହି ସମୟରେ କରୋନା ମହାମାରୀ ମଧ୍ୟ ଆସିଥିଲା। ଯେଉଁ କାରଣରୁ ତାଙ୍କୁ ଟିକେ ସମୟ ଲାଗୁଥିଲା । ବର୍ତମାନ ତାଙ୍କ ନିଷ୍ପତିକୁ ନେଇ ପିତା ବେଶ ଖୁସି ଅଛନ୍ତି ବୋଲି ସେ କହିଛନ୍ତି ।

Leave a comment

You cannot copy content of this page