ଖରାଦିନେ ଘିମିରି ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
ଆମ ଭାରତୀୟ ଜଳବାୟୁ ଅନୁସାରେ ଗ୍ରୀଷ୍ମ ଋତୁରେ ଗୁଳୁଗୁଳି ହୋଇ ଘିମିରି ହେବା ଗୋଟିଏ ସାଧାରଣ ସମସ୍ୟା , ଏହି ସମସ୍ୟା ସେତେବେଳେ ଅଧିକ କଷ୍ଟ ଦାୟକ ହୁଏ ଯେତେବେଳେ କୁଣ୍ଡାଇ ହୋଇ ଖଣ୍ଡିଆ ହୋଇଯାଏ । ଏହି ସମସ୍ୟାକୁ ଅଧିକ ବ୍ୟାପିବା ପୂର୍ବରୁ ଆରାମ ପାଇବା ପାଇଁ କିଛି ଉପାୟ ଗ୍ରହଣ କରିବା ଆବଶ୍ୟକ । ଏଭଳି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇ ଆପଣ ଘିମିରି ଠାରୁ ରଖ୍ୟାପାଇ ପାରିବେ । ଘିମିରି ଯେତେବେଳେ ଆରମ୍ଭ ହୋଇଥାଏ ସେତେବେଳେ ଅଧିକ ଯନ୍ତ୍ରଣା ଦାୟକ ହୁଏ ନାହିଁ । କିନ୍ତୁ ଯେତେବେଳେ ଏହା ସୁଖିବାକୁ ଆରମ୍ଭ କରେ ସେତେବେଳେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ ।
* ଗ୍ରୀଷ୍ମ ଋତୁରେ ଗୁଳୁଗୁଳି ହେବା ଦ୍ବାରା ଘିମିରି ହୋଇଥାଏ । ଏପରି ହେବା ମାତ୍ରକେ କୁଣ୍ଡାଇ ହେବା ପୂର୍ବରୁ କାକୁଡି ଖଣ୍ଡ ଖଣ୍ଡ କରି କାଟି ପିଠି ବେକ ଓ ମୁହଁ ଯେଉଁ ସ୍ଥାନରେ ହେଇଛି ଘିମିରି ସେଠାରେ ଲଗାଇ ପାରିବେ ,କିନ୍ତୁ ଏହି କାକୁଡ଼ିର ପ୍ରୟୋଗ ନିଜ ଶରୀରରେ କରିବା ପୂର୍ବରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଫ୍ରିକ୍ ରେ ରଖି ନିଅନ୍ତୁ ।
* ମୂଲତାନି ମାଟି କିଛି ମାତ୍ରାରେ ନେଇ ସେଥିରେ ଗୋଲାପ ଜଳ ମିଶାନ୍ତୁ । ଏକ ପେଷ୍ଟ ତିଆରି କରି ଘିମିରି ପ୍ରଭାବିତ ସ୍ଥାନରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାକୁ ନିୟମିତ ଲଗାଇବା ଦ୍ବାରା ଘିମିରି ରୁ ଆରାମ ମିଳିବ ।
* ଖାଇବା ସୋଢ଼ା ଓ ବେକିଙ୍ଗ ପାଉଡରରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏହା ଗରମ ଓ ଝାଳ ପ୍ରଭାବରୁ ଶରୀରରେ ହେଉଥିବା ସଂକ୍ରାମକ ଅଟକାଇବା ପାଇଁ ସାହାଯ୍ୟ କରିଥାଏ। । ଦୁଇ ଚାମଚ ବେକିଙ୍ଗ ଶୋଢ଼ା ନିଅନ୍ତୁ ଓ ଏଥିରେ ଚା ପିଆ କପରେ ଗୋଟିଏ କପ୍ ପାଣି ମିଶାଇ ଶରୀରର ପ୍ରଭାବିତ ସ୍ଥାନରେ ତୁଳା ସାହାଯ୍ୟରେ ସଫା କରନ୍ତୁ ଦିନକୁ ଦୁଇଥର ଅଭଳି କରିବା ଦ୍ୱାରା ଲାଭ ମିଳିବ ।
* ଗୋଟିଏ ସୂତା କପଡ଼ାରେ କିଛି ପାଉଡର ନେଇ ତାହାକୁ ଫ୍ରିକ ଭିତରେ ରଖି ଦିଅନ୍ତୁ ଅଧ ଘଣ୍ଟା ପରେ ଏହି କପଡ଼ାକୁ ଆଣି ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ଦେଖିବେ କିଛି ଦିନ ପରେ ଘିମିରି ଠିକ୍ ହୋଇଯିବ ।
* କିଛି କଞ୍ଚା ହଳଦୀ ବାଟି ଏଥିରେ ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ଶରୀରରେ ଲଗାଇବା ଦ୍ବାରା ଘିମିରି ଜନିତ ସମସ୍ୟାରୁ ଆରାମ ମିଳିଥାଏ ।