କିଏ କହୁଛି ସତ? ପୋଲିସ ନା ଡାନ୍ସ ବାର୍ ସଂଘ

ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ବାର ଗୁଡିକ ରେ ଲଗାତାର କମିଶନରେଟ୍ ପୋଲିସ ର ଚଢ଼ାଉ ବାର ମାଲିକଙ୍କ ଚିନ୍ତା ବଢ଼ାଇ ଦେଇଛି । ସେଥିପାଇଁ ରାଜଧାନୀର ଡାନ୍ସ ବାର୍ ସଂଘ କମିଶନରେଟ୍ ପୋଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି କି ପୋଲିସ ଜାଣିଶୁଣି ସେମାନଙ୍କୁ ହଇରାଣ କରୁଛି ।
ସୂଚନା ଅନୁଯାୟୀ, ରାଜଧାନୀ ରେ ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ବାର ମାଲିକ ସଂଘ ଓ ବାର୍ ରେ କାମ କରୁଥିବା ଯୁବତୀ । ବାର୍ ରେ କାମ କରୁଥିବା ଯୁବତୀଙ୍କ ମୁତାବକ ସେମାନେ ନିଜ ଗୁଜୁରାଣ ମେଣ୍ଟାଇବାକୁ ସେଠାରେ କାମ କରୁଛନ୍ତି ମାତ୍ର ପୋଲିସ ବାରମ୍ବାର ବାର୍ ରେ ରେଡ଼ କରିବା ସହ ତାଙ୍କ ଉପରେ ଅତ୍ୟାଚାର କରୁଛି । ସେହିପରି ବାର୍ ମାଲିକ ଙ୍କ କହିବା ଅନୁଯାୟୀ ସେମାନେ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜ ପତ୍ର ଦେଇ ଲାଇସେନ୍ସ ପାଇଛନ୍ତି । ତେଣୁ ଯଦି କୌଣସି ନିୟମ ଭଙ୍ଗ ହେଉଛି ତେବେ ପୋଲିସ ତାର ଫାଇନ ଆଦାୟ କରିବା କଥା । କିନ୍ତୁ ପୋଲିସ ଏପରି କରିବା ବଦଳରେ ଜାଣିଶୁଣି ବାର୍ ରୁ କର୍ମଚାରୀ ଓ ଡ୍ୟାନ୍ସ କରୁଥିବା ଯୁବତୀ ଙ୍କୁ ଉଠାଇନେଉଛି । ଯାହାକି ସେଠାରେ କାମ କରୁଥିବା କର୍ମଚାରୀ ଙ୍କ ମନରେ ଭୟ ସୃଷ୍ଟି କରୁଛି ।
ଅନ୍ୟପକ୍ଷରେ କମିଶନରେଟ୍ ପୋଲିସ ଏହି ଅଭିଯୋଗ କୁ ଖଣ୍ଡନ କରିଛି । ପୋଲିସ କହିଛି ଆମେ କେବଳ ସେହି ବାର୍ ଉପରେ ଚଢ଼ାଉ କରୁଛୁ ଯାହାର ଡ୍ୟାନ୍ସ ବାର୍ ଲାଇସେନ୍ସ ନାହିଁ ।