କାହାକୁ ମିଳିଲା କେଉଁ ବିଭାଗ ପଢ଼ନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ମନ୍ତ୍ରୀ ସମୂହ ଇସ୍ତଫା ପ୍ରଦାନ କରିଥିଲେ । ଆଜି ନୂଆ ମନ୍ତ୍ରୀମାନେ ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କ୍ୟାବିନେଟ ମନ୍ତ୍ରୀ ଭାବେ ୧୩ ଜଣ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ୮ ଜଣ ଶପଥ ଗ୍ରହଣ କରିଛନ୍ତି ।
ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷମ କଟକର ବିଧାୟକ ଜଗନ୍ନାଥ ସାରକା । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍, ଝାରସୁଗୁଡା ବିଧାୟକ ନବକିଶୋର ଦାସ, ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।
ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଶପଥ ନେଇଛନ୍ତି। ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।
ଶପଥ ଗ୍ରହଣ ପରେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯାଇଛି। ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି
୧. ନିରଞ୍ଜନ ପୂଜାରୀ (ଅର୍ଥ, ସଂସଦୀୟ ବ୍ୟାପାର)
୨. ଜଗନ୍ନାଥ ସାରକା (ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ)
୩. ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ)
୪. ପ୍ରଦୀପ କୁମାର ଅମାତ (ପଞ୍ଚାୟତରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ)
୫. ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ)
୬. ଟୁକୁନି ସାହୁ (ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ)
୭. ଉଷା ଦେବୀ (ଗୃହ ଓ ନଗର ଉନ୍ନୟନ)
୮. ପ୍ରତାପ କେଶରୀ ଦେବ (ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ)
୯. ପ୍ରମିଳା ମଲ୍ଲିକ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)
୧୦. ପ୍ରଫୁଲ୍ଲ ମଲ୍ଲିକ (ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ)
୧୧. ନବ କିଶୋର ଦାସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)
୧୨. ଅଶୋକ ଚନ୍ଦ୍ର ପଣ୍ଡା (ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)
୧୩. ରାଜେନ୍ଦ୍ର ଢୋଲକିଆ (ଯୋଜନା ଓ ସଂଯୋଜନ)
୧୪. ରୋହିତ ପୂଜାରୀ (ଉଚ୍ଚ ଶିକ୍ଷା)
୧୫. ସମୀର ରଞ୍ଜନ ଦାସ (ଗଣଶିକ୍ଷା)
୧୬. ବାସନ୍ତୀ ହେମ୍ୱମ୍ (ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି)
୧୭. ପ୍ରୀତିରଞ୍ଜନ ଘଢେଇ (ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା)
୧୮. ତୁଷାରକାନ୍ତି ବେହେରା (କ୍ରୀଡ଼ା ଓ ଯୁବ ବ୍ୟାପାର, ଅତିରିକ୍ତ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ)
୧୯. ଶ୍ରୀକାନ୍ତ ସାହୁ (ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ)
୨୦. ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ, ଅବକାରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ)
୨୧. ରୀତା ସାହୁ (ହସ୍ତତନ୍ତ ଓ ବୟନ ଶିଳ୍ପ)