ଭାରତରେ ବ୍ୟାପୁଥିବା କରୋନା ଭାଇରସ ଡବଲ ମ୍ୟୁଟାଣ୍ଟ ଭାରିଏଣ୍ଟ ଅଧିକ ସଂକ୍ରାମକ : WHO

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ରେ ବ୍ୟାପୁଥିବା ଭୂତାଣୁ ପ୍ରକାର ଅଧିକ ସଂକ୍ରାମକ ଓ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ବୈଜ୍ଞାନିକ ଡା.ସୌମ୍ୟା ସ୍ୱାମୀନାଥନ କହିଛନ୍ତି। ଦେଶରେ ସଂକ୍ରମଣର ପ୍ରସାର ବିଷମ ରହିଛି। ଏଣୁ ଟିକା ନେଇ ସଂକ୍ରମଣର ଜଟିଳତା ହ୍ରାସ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ବିଶେଷ କରି ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଭୂତାଣୁ ପ୍ରକାର ସହ ସମାନ। ଯାହା ଶରୀରକୁ ପ୍ରତିରକ୍ଷା ପ୍ରତିକ୍ରିୟାରୁ ଦୂରେଇ ଦେଉଛି। ଏଥିରେ ବୃଦ୍ଧି ହେଉଥିବା ସଂକ୍ରମଣ ଭୂତାଣୁର ନୂଆନୂଆ ପ୍ରକାର ସୃଷ୍ଟିର ଆଶଙ୍କା ଉଦ୍ରେକ କରୁଛି। ଯାହା ଅଧିକ ବିପଦଜନକ ହୋଇପାରେ। ଏଣୁ ଭାରତରେ ଭୂତାଣୁ ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତି ଡବ୍ଲୁଏଚଓଙ୍କୁ ଚିନ୍ତାରେ ପକାଇଥିବା ସେ କହିଛନ୍ତି।

Leave a comment