ଆପଣଙ୍କ ଶରୀରରେ ଅଛି କି ଧଳା ଛଉ, ଘରୋଇ ଉପାୟରେ କରନ୍ତୁ ଭଲ

0

ଚର୍ମରେ ଧଳା ରଙ୍ଗର ଦାଗ ସୃଷ୍ଟି ହୋଇଥାଏ, ଯାହା ସମୟ ସହିତ ବଢିବାରେ ଲାଗେ। ଭିଟିଲିଗୋ ରୋଗ ଯୋଗୁଁ ଏପରି ଧଳା ଛଉ ହୋଇଥାଏ। ଭିଟିଲିଗୋ ସମସ୍ୟା ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ। ଯେତେବେଳେ ଆମର ଚର୍ମ କୋଷଗୁଡ଼ିକ ମେଲାନିନ ଉତ୍ପାଦନ ବନ୍ଦ କରିଦିଏ, ସେତେବେଳେ ଚର୍ମ, କେଶ କିମ୍ବା ମୁହଁରେ ଧଳା ଦାଗ ସୃଷ୍ଟି ହୋଇଥାଏ। ଏହି ରୋଗ ହେଲେ ରୋଗୀ ବହୁତ ଅସହଜ ମନେ କରନ୍ତି। ଯଦି ଆପଣ ଏହି ଧଳା ଛଉ ବା ଦାଗକୁ ଦୂର କରିବାକୁ ଚାହୁଁଛନ୍ତି ତାହେଲେ କିଛି ଘରୋଇ ଉପାୟକୁ ନିଶ୍ଚୟ ଆପଣାନ୍ତୁ। ଆଣ୍ଟି-ଏଜିଙ୍ଗ ଏବଂ ଆଣ୍ଟି-ଭାଇରାଲ୍ ଗୁଣରେ ଭରପୂର ତୁଳସୀ ଏହି ଧଳା ଛଉ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଆପଣ ତୁଳସୀ ପତ୍ରରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଧଳା ଦାଗରେ ନିୟମିତ ଲଗାନ୍ତୁ । ଦେଖିବେ ଧିରେ ଧିରେ ଛଉ ଭଲ ହୋଇଯିବ।

ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ନଡ଼ିଆ ତେଲକୁ ଦୁଇ ଦିନରେ ଥରେ ଭିଟିଲିଗୋ ବା ଧଳା ଦାଗ ହୋଇଥିବା ଯାଗାରେ ଲଗାନ୍ତୁ।

ଅଖରୋଟକୁ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଭିଟିଲିଗୋ ହୋଇଥିବା ଯାଗାରେ ଦିନକୁ ୩-୪ ଥର ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ। ଦେଖିବେ ଏହି ସମସ୍ୟାରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିବ।

Leave a comment