ଆପଣଙ୍କ ସମ୍ପର୍କରେ ଆରମ୍ଭ ହୋଇଗଲାଣି କି ଫାଟ, ସମ୍ପର୍କକୁ ମଜଭୁତ କରିବାକୁ ଏହି କିଛିଟା ଜିନିଷ ଉପରେ ଦିଅନ୍ତୁ ଧ୍ୟାନ
ଗୋଟିଏ ସମ୍ପର୍କ ରେ ଅନେକ ଫିଲିଂସ ଓ ଇମୋଶନ ଭରି ହୋଇ ରହିଥାଏ । ଯେପରିକି ପ୍ରେମ, ବିଶ୍ୱାସ , ସମ୍ମାନ ଓ ଉଭୟ ଉଭୟଙ୍କୁ ଦେଇଥିବା କିଛିଟା ମୂଲ୍ୟବାନ ସମୟ , ଏହା ପ୍ରତ୍ୟେକ ସମ୍ପର୍କ ର ମୂଳଦୁଆ ହୋଇଥାଏ । ଏଥିପ୍ରତି ଉଭୟ ପୁଅ ଓ ଝିଅ ଧ୍ୟାନ ଦେବା ଜରୁରୀ ଅଟେ । ଏହା କେବଳ ଗିଫ୍ଟ କିମ୍ବା ହଲିଡେ ପ୍ୟାକେଜ ରେ ସୀମିତ ରୁହେନାହିଁ । ଏହା ଉଭୟ ଉଭୟଙ୍କ ମନକୁ ବୁଝିବା ଜରୁରୀ । ତେଣୁ ଏହା ପ୍ରତ୍ୟେକ ପୁଅ ଓ ଝିଅ ବୁଝି ରଖିବା ଆବଶ୍ୟକ । ତେଣୁ କିଛିଟା ଛୋଟ ଛୋଟ କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ –
ପ୍ରଶଂସା ନିହାତି କରିବା ଆବଶ୍ୟକ :ଗୋଟିଏ ରିଲେସନ ସିପ ରେ ଉଭୟ ପୁଅ ଓ ଝିଅ ପ୍ରଶଂସା ଖୋଜି ଥାଆନ୍ତି । ସେ ସବୁବେଳେ ଚାହୁଁଥାଏ ଯେ ତାର ପାର୍ଟନର ତାର ପ୍ରଶଂସା କରିଥାଉ । ଏହାଦ୍ବାରା ସମ୍ପର୍କ ଅଧିକ ନିବିଡ ହୋଇଥାଏ । ଏହାଛଡା ଆପଣଙ୍କ ପାର୍ଟନର ଖୁସି ହୋଇ ଅଧିକ ଭଲ କାମ କରିବାକୁ ଚେଷ୍ଟା କରି ଥାଆନ୍ତି ।
ସମ୍ମାନ ନିହାତି ଜରୁରୀ : ସମ୍ମାନ ସମସ୍ତ ସମ୍ପର୍କ ର ମୂଳଦୁଆ ଅଟେ । ଯେଉଁ ସମ୍ପର୍କ ରେ ସମ୍ମାନ ନାହିଁ ସେଠାରୁ ଦୂରେଇ ଯିବା ଆବଶ୍ୟକ । ସମ୍ମାନ ହିଁ ଦର୍ଶାଇ ଥାଏ ଆପଣ ଆପଣଙ୍କ ପାର୍ଟନର କୁ କେତେ ଭଲ ପାଇ ଥାଆନ୍ତି ।
ସୁନ୍ଦର ସମୟ ବିତାଇବା ଜରୁରୀ :ନିଜ ପାର୍ଟନର କୁ ଯେତେ ସମୟ ଦେବା କଥା ଦିଅନ୍ତୁ । ଯଦି ଆପଣ ସମୟ ଦେବେ ସେ ମଧ୍ୟ ଭାବିବେ ଯେ ଆପଣ ତାଙ୍କ ପ୍ରତି ଯତ୍ନବାନ୍ ଅଟନ୍ତି । ଉଭୟ ଉଭୟଙ୍କ ସହିତ ଭଲ ସମୟ ବିତାଇବା ଦ୍ଵାରା ଜଣା ପଡିଥାଏ ଯେ ଆପଣଙ୍କ ସମ୍ପର୍କ କେତେ ନିବିଡ ।
ବୁଝାମଣା :ସବୁବେଳେ ପ୍ରତ୍ୟେକ ଝିଅ ଓ ପୁଅ ଙ୍କ ମଧ୍ୟରେ ଉପଯୁକ୍ତ ବୁଝାମଣା ରହିବା ଜରୁରୀ । ଅନେକ ସମୟରେ କେହି କାହାରିକୁ ବୁଝି ନପାରି ଅଯଥା ରେ ବିଭିନ୍ନ ପ୍ରକାରର ଲାଞ୍ଛନା ଦେଇଥାନ୍ତି, ଯାହାକି ସମ୍ପର୍କ ରେ ଫାଟ ର କାରଣ ହୋଇଥାଏ । ତେଣୁ ଉପଯୁକ୍ତ ବୁଝାମଣା ଦ୍ଵାରା ହିଁ ଗୋଟିଏ ସୁନ୍ଦର୍ ସମ୍ପର୍କ ଗଢ଼ି ହୋଇଥାଏ ।