WhatsAppରେ ଆସିବ ନୂଆ ଫିଚର୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି । ଯାହାକୁ ଦେଖିବ ସବୁଠାରୁ ସମସ୍ତେ ହ୍ବାଟ୍ସଆପ୍‌ , ଫେସବୁକ୍‌ , ଇନଷ୍ଟାଗ୍ରାମ ବ୍ୟବହାର କରିବାରେ ବ୍ୟସ୍ତ। ହେଲେ ସବୁଠାରୁ ଲୋକପ୍ରିୟ ଚାଟିଂ ଆପ୍‌ ହ୍ବାଟ୍ସଆପ ସମସ୍ତଙ୍କ ପ୍ରିୟ । ଯୁଆଡେ ଯିବେ ସବୁଠି ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି । କାହିଁକି ନା ଏହାର ଅପଡେଟ୍‌ ଓ ପିଚର୍ସ ଭଲ ରହିଥାଏ । ଏହା ସମସ୍ତଙ୍କ ପାଇଁ ମଧ୍ୟ ସହଜ ହୋଇଥାଏ । ନିକଟରେ ହ୍ବାଟ୍ଆପ୍‌ ଅନେକ ଉପଯୋଗୀ ଏବଂ ଫିଚର୍ସ ଗୁଡିକ ଉପରେ ବିଭିନ୍ନ ପ୍ରକାରର ଉପସ୍ଥାପନ କରିଛି ଯେପରିକି ପ୍ରାଥମିକ ସ୍ମାର୍ଟଫୋନ୍ ବିନା ଅନ୍ୟ ଡିଭାଇସରେ ଏହି ମେସେଜିଂ ଆପ୍ ବ୍ୟବହାର କରିବାରେ ସକ୍ଷମ ହେବା ସହ ଅନ୍ୟ ଚାଟିଂର ଲାଷ୍ଟ ସିନ୍‌ ଦେଖାଯାଉଥିବା ଲୁଚାଇବା ଏବଂ ଆହୁରି ଅନେକ ପ୍ରକାରର ପିଚର୍ସ ରହିଛି । ବର୍ତ୍ତମାନ, ଆପ୍ ମେସେଜ୍‌ ରିଆକଶନର ଫିଚର୍ସ ମିଶାଇପାରେ ।

WABetaInfoର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଇଓଏସରେ ଉପରେ ଏକ ଲାଟେଷ୍ଟ ବିଟା ଭର୍ସନ ଦ୍ବାରା ସୂଚିତ କରାଯାଇଛି କି ଏହି ନୂଆ ମେସଜିଂ ରିଆକ୍ସନର ଫିଚର୍ସ ଖୁବ୍‌ ଶୀଘ୍ର ଆସିପାରେ । ଟିପଷ୍ଟର୍ ଏକ ନୂଆ ସ୍କ୍ରିନସଟର ଜାରି କରିଛି ଯେଉଁଥିରେ ନୂଆ ରିଆକ୍ସନ ହ୍ବାଟ୍ସଆପ୍ ଭର୍ସନ ୨୨.୨.୭୨ର ସେଟିଂ ମେନୁରେ ରହିଛି ।ଏହି ଫିଚର୍ସ ମେଟା ମାଲିକାନା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଆପ୍ସରେ ପୂର୍ବରୁ ମିଳିଥିବା ରିଆକ୍ସନ ଫିଚର୍ସ ସହିତ ସମାନ ହେବ ବୋଲି ଆଶା କରାଯାଇଛି । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ଆପରେ ମେସେଜିଂ ସିଷ୍ଟମକୁ ମର୍ଜ ତଥା ମିଶାଇବାକୁ ମାର୍କ ଜୁକରବର୍ଗ ନିଜର ବାର୍ତ୍ତା ଦେଇ ପ୍ରକାଶ କରିସାରିଛନ୍ତି ।

ଉଭୟ ପ୍ଲାଟଫର୍ମ ସମାନ ମେସେଜିଂ ଫିଚର୍ସକୁ ସହଯୋଗ କରୁଥିବାରୁ କ୍ରସ୍ ପ୍ଲାଟଫର୍ମ ମେସେଜ୍‌ ପଠାଇବା ପାଇଁ ବ୍ୟବହାର କରାଯାଇପାରିବ କାରଣ ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଡିଏମ୍ (ସିଧାସଳଖ ବାର୍ତ୍ତା) ମର୍ଜ କରିବାରେ ସଫଳ ହୋଇସାରିଛି। ଏହା ଦେଖିବାକୁ ବାକି ରହିଲା କି ମେଟା ତିନୋଟି ପ୍ଲାଟଫର୍ମରେ ମେସେଜିଂ ସେବା ମର୍ଜ କରିବାର ଯୋଜନା ସହିତ ଆଗକୁ ବଡୁଛି କି ନାହିଁ । ବର୍ତ୍ତମାନ ଜନସାଧାରଣଙ୍କ ସହମତି ହେଉଛି ଯେ ଲୋକମାନେ ହ୍ବାଟ୍ସଆପକୁ ଅନ୍ୟ ପ୍ଲାଟଫର୍ମରୁ ଅଲଗା ରଖିବାକୁ ଚାହାଁନ୍ତି।

Leave a comment