ବ୍ୟୁଟି ପ୍ରଡକ୍ଟକୁ ପୁର୍ନବ୍ୟବହାର ପାଇଁ କଣ କରିବେ

0

ଖାସକରି ବ୍ୟୁଟି ପ୍ରଡକ୍ଟ ମଧ୍ୟରେ ଲିପଷ୍ଟିକ, ନେଲପଲିସ, ନେଲ୍ ପେଣ୍ଟ , ଲିକୁଇଡ ସିନ୍ଦୁର,ଆଦି ଅଧିକ ଦିନ ରହିବା ଫଳରେ ବା ପବନ ବାଜିବା ଫଳରେ ଶୁଖି ଯାଏ, ନଚେତ୍ ଅଧିକ ବହଳିଆ ହୋଇ ଯାଇଥାଏ । ଯାହା ଫଳରେ ଏହା ବ୍ୟବହାର କରିବାକୁ ଆଉ ଭଲ ଲାଗି ନଥାଏ । ପୁଣି ବ୍ୟୁଟି ପ୍ରଡକ୍ଟକୁ ଏତେ ଜଲଦୀ ଫୋପାଡିବାକୁ ମଧ୍ୟ ଇଚ୍ଛା ହୋଇ ନଥାଏ । ଏହି ସବୁ ପ୍ରଡକ୍ଟ ଶୁଖି ଯାଉଥିଲେ, ପୁଣି କେଉଁ ଉପାୟରେ ତାକୁ ପୁର୍ନବ୍ୟବହାର କରିହେବ ଆସନ୍ତୁ ଜାଣିବା ।

-ନେଲପଲିସ୍ ବା ନେଲପେଣ୍ଟ ଶୁଖି ଯାଇଥିଲେ ବା ବହଳିଆ ହୋଇ ଯାଇଥିଲେ, ସେଥିରେ ନେଲ ରିମୁଭର ବା ସ୍ପିରିଟ୍ ପକାଇ ଭଲଭାବେ ମିକ୍ସ କରିବା ଦ୍ବାରା, ଏହା ପୂର୍ବଭଳି ଠିକ୍ ହୋଇଥାଏ । ଏବଂ ଏହାକୁ ପୁଣି ଥରେ ଭଲଭାବେ ବ୍ୟବହାର କରାଯାଇପାରେ ।
-ଅନେକ ସମୟରେ ଲିକୁଇଡ୍ ଲିପଷ୍ଟିକ୍ ମଧ୍ୟ ଶୁଖିଯାଏ । ତେଣୁ ଲିପଲିଷ୍ଟ ଶୁଖି ଯାଇଥିଲେ, ସେଥିରେ ୪ ରୁ ୫ ବୁନ୍ଦା ନଡିଆ ତେଲ ପକାଇ ମିକ୍ସ କରିବା ଦ୍ବାରା, ଏହା ଠିକ୍ ହୋଇଥାଏ । ପୁଣି ଲିପଷ୍ଟିକର ସେହି ଚମକ ଫେରିଆସେ ।
-ଲିକୁଇଡ୍ ସିନ୍ଦୁରରେ ମଧ୍ୟ ପବନ ଲାଗିଲେ ଏହା ଶୁଖିଯାଏ । ତେଣୁ ଏଭଳି ହୋଇଥିଲେ, ସେଥିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ, ମିକ୍ସ କରି ତାକୁ କିଛି ସମୟ ଛାଡିବେ । ତାପରେ ଏହାକୁ ବ୍ୟବହାର କରି ପାରିବେ ।

Leave a comment