ରୟାଲ୍ ଲୁକ୍ ପାଇଁ କ’ଣ କରିବେ

0

ରଙ୍ଗ ଏପରି ହେବା ଉଚିତ ଯାହା ରୟାଲ୍ ଲୁକ୍ ଦେବା ସହିତ ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ଆଣିବ ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ କରାଇ ପାରିବ । ଆଜି ଏପରି କିଛି ଦାମୀ ରଙ୍ଗ ବିଷୟରେ ଜାଣିବା । ଅଧିକାଂଶ ଲୋକ ରୟାଲ୍ ଲୁକ୍ ଦେଉଥିବା କଲର୍ ବିଷୟରେ କମ୍ ଜାଣିଥାନ୍ତି । ନିଜ ପାଇଁ ଯଦି କୌଣସି ଡ୍ରେସ୍ ତିଆରି କରିବାକୁ ବା କିଣିବାକୁ ଯାଉଛନ୍ତି ସେ ସମୟରେ ତିନୋଟି କଥା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ- ଡ୍ରେସ୍ର ଫିଟିଂ, ଫେବ୍ରିକ୍ ଓ ତା’ର ରଙ୍ଗ । ଯଦି ଏହି ତିନୋଟିର କମ୍ବିନେସନ୍ ସଠିକ୍ ଭାବରେ କରିପାରିବେ ତାହାଲେ ଆପଣଙ୍କ ଡ୍ରେସ୍ ଦାମୀ ଦେଖାଯିବ ନିଶ୍ଚିତ । ଋତୁ ଓ ଅକେଜନ୍ ହିସାବରେ ତ ଫେବ୍ରିକ୍ର ଚୟନ କରିବେ । ଫିଟିଂ କରିବେ ଶରୀର ଅନୁସାରେ । କିନ୍ତୁ ଟ୍ରେଣ୍ଡ୍ରେ ଥିବା କେତେକ ରଙ୍ଗ ବିଷୟରେ ଜାଣିବା ଜରୁରୀ ଯେଉଁଗୁଡ଼ିକ ଫ୍ୟାସନ୍ ସେନ୍ସକୁ ଅପ୍ଡେଟ୍ କରିଥାନ୍ତି ।

ବଟର୍ କ୍ରିମ୍: ବଟର୍ କ୍ରିମ୍ ସବୁ ପ୍ରକାରର ସ୍କିନ୍ ରଙ୍ଗ ସହିତ ମ୍ୟାଚ୍ କରେ । ଏହା ଏକ ନ୍ୟୁଟ୍ରାଲ୍ ରଙ୍ଗ । ବଟର୍ କ୍ରିମ୍ ଏବେ ଟ୍ରେଣ୍ଡ୍ରେ ରହିଛି । ସାଲ୍ୱର୍ ସୁଟ୍, ଶାଢ଼ି ବା ଅନାରକଲୀ ପାଇଁ ଏହି ରଙ୍ଗ ଠିକ୍ ରହିବ ।
ବେଜ୍ ରଙ୍ଗ: ବେଜ୍ ରଙ୍ଗ ମଧ୍ୟମ ଧରଣର ହଳଦିଆ ରଙ୍ଗ ବା ମରୁଭୂମିର ବାଲିର ରଙ୍ଗ ସହିତ କିଛିଟା ମିଶିଯାଏ । ଏହି ରଙ୍ଗକୁ ଗାଢ଼ ଲାଲ୍ ଓ ମେରୁନ୍ ରଙ୍ଗର ଓଢ଼ଣି ସହିତ କିମ୍ବା ଲାଲ୍ ଓ ମେରୁନ୍ ରଙ୍ଗର କୁର୍ତ୍ତୀ-ପ୍ଲାଜୋ ସହିତ ପିନ୍ଧି ପାରିବେ । ଏହା ରୟାଲ୍ ଲୁକ୍ ଦିଏ ।
ଲେଭେଣ୍ଡର୍ ରଙ୍ଗ: ଏହି ରଙ୍ଗର ନାମ ଲେଭେଣ୍ଡର୍ ନାମକ ଫୁଲ ଅନୁସାରେ ହୋଇଛି । ମଧ୍ୟମ ବାଇଗଣି ରଙ୍ଗ ପରି ଏହାର ରଙ୍ଗ । ଲକ୍ଷ୍ନୌର ଚିକନ୍ ଏମ୍ବୋଇଡୋରୀର ଲେଭେଣ୍ଡର୍ ରଙ୍ଗର କୁର୍ତ୍ତୀ ଦିନର କୌଣସି ପାର୍ଟିରେ କିମ୍ବା ଅନ୍ୟ କୌଣସି ଅକେଜନ୍ରେ ପିନ୍ଧି ପାରିବେ ।
ଆଇଭରୀ ରଙ୍ଗ: ଏହି ରଙ୍ଗକୁ ହାତୀ ଦାନ୍ତ ରଙ୍ଗ ବୋଲି ମଧ୍ୟ କୁହାଯାଏ । ଅଫ୍ବାଇଟ୍ ସହିତ ଏହି ରଙ୍ଗର ସାମଞ୍ଜସ୍ୟ ରହିଛି । ଆଇଭରୀ ରଙ୍ଗର ସାଲ୍ୱାର୍ କୁର୍ତ୍ତୀ ବା ଅନାରକଲୀ ଡ୍ରେସ୍ ସହିତ ରାଜସ୍ଥାନୀ ପ୍ରିଣ୍ଟ୍ର ଓଢ଼ଣି ମ୍ୟାଚ୍ କରି ରୟାଲ୍ ଲୁକ୍ ହାସଲ କରନ୍ତୁ ।
ଅଲିଭ୍ ଗ୍ରୀନ୍: ଏହାକୁ ଜୈତୁନୀ ସବୁଜ ରଙ୍ଗ ବୋଲି କୁହାଯାଏ । ଅଲିଭ୍ ଗ୍ରୀନ୍ ରଙ୍ଗର ଲଙ୍ଗ୍ ଗାଉନ୍ ଓ ଏହି ରଙ୍ଗର ମ୍ୟାଚିଂ ପର୍ସ ସହିତ କୌଣସି ପାର୍ଟିକୁ ଉପଭୋଗ କରିପାରିବେ । ଏହି ରଙ୍ଗ ଆପଣଙ୍କୁ ଆକର୍ଷଣୀୟ ରୟାଲ୍ ଲୁକ୍ ଦେବ ।

Leave a comment