ଭର୍ଚୁଆଲ ଅଟିଯିମ କଣ ? ଏହା ପିଲାଙ୍କ ଉପରେ କିଭଳି ପ୍ରଭାବ ପକାଇଥାଏ ?

0

ଆଜିର ଯୁଗରେ ଅନେକ ପ୍ରକାର ରୋଗ ଦେଖିବାକୁ ମିଳୁଛି l ଯାହାକି କିଛି ମାତ୍ରାରେ ଛୋଟ ପିଲାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି l ସେହି ରୋଗ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଭର୍ଚୁଆଲ ଅଟିଯିମ l

ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ଅନେକ ସମୟ ଫୋନ ରେ ଅତିବାହିତ କରୁଛନ୍ତି l ମା ବାପା ପିଲାର ଜିଦି ପୁରା କରିବା ପାଇଁ ତା ହାତରେ ମୋବାଇଲ ଧରାଇ ଦେଇଥାନ୍ତି l ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ମା ବାପା ଙ୍କ ଏହି ଭୁଲ ପିଲା ମାନଙ୍କ ପାଇଁ ଖୁବ କ୍ଷତିକାରକ ସାବିତ ହୋଇଛି l ଛୋଟ ପିଲା ଙ୍କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ମୋବାଇଲ ଫୋନ ଦ୍ୱାରା ଛୋଟ ପିଲା ଙ୍କ ମଧ୍ୟରେ ବର୍ଚୁଆଲ ଅଟିଯିମ ଅଧିକ ମାତ୍ରାରେ କାୟା ବିସ୍ତାର କରିଛି l

ଭର୍ଚୁଆଲ ଅଟିଯିମ କଣ ?

ବର୍ଚୁଆଲ ଅଟିଯିମ ଗୋଟିଏ ଏଭଳି ଅବସ୍ଥା ଯେଉଁଥିରେ ପିଲାମାନେ ଅଧିକ ସମୟ ମୋବାଇଲ , ସ୍ମାର୍ଟ ଫୋନ , ଟିଭି ଓ କମ୍ପ୍ୟୁଟର ରେ ଅତିବାହିତ କରନ୍ତି l ଏବଂ ପିଲା ଅନ୍ୟ ମାନଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଇଚ୍ଛା କରିନଥାଏ l ଏହି ଅଭ୍ୟାସ ୬ ମାସ ରୁ ନେଇ ୬ ବର୍ଷ ଙ୍କ ପିଲାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି l ଏହାଦ୍ୱାରା ପିଲାମାନେ କଥା ହେବାକୁ କିମ୍ବା କଥା ଶୁଣିବାକୁ ପସନ୍ଦ କରୁ ନାହାନ୍ତି lp

* ଏପରି ସ୍ଥିତି ରେ ପିଲା ମାନଙ୍କ ର ସ୍ପିଚ ଡେଭଲପମେଣ୍ଟ ହୋଇ ପାରିନଥାଏ ଏବଂ ଅନ୍ୟ ମାନଙ୍କ ସହିତ କଥା ହେବାରେ ଅସହଜ ଅନୁଭବ କରିଥାଏ l

* ପିଲା ମାନଙ୍କ ର ସାମାଜିକ ସମ୍ପର୍କ ଖୁବ ଦୁର୍ବଳ ହୋଇ ଯାଇଥାଏ l ପିଲା ମାନଙ୍କର ମସ୍ତିଷ୍କ ମଧ୍ୟ ମୋବାଇଲ ଓ ଟିଭି ଯୋଗୁଁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିନଥାଏ l

* ପିଲାମାନେ ଅନ୍ୟ ମାନଙ୍କ ସହ ଆକ୍ଷି ମିଳାଇ କଥା ହେବାକୁ ଅସମର୍ଥ ହୋଇଥାଏ ଏବଂ ଠିକ ଭାବରେ କଥା ହୋଇପାରେ ନାହିଁ l

Leave a comment