ଶରୀରରେ କେଉଁ ସ୍ଥାନରେ କଳାଜାଇ ଥିଲେ ମିଳିଥାଏ କେଉଁ ସଙ୍କେତ ମିଳିଥାଏ ? ଆସନ୍ତୁ ଜାଣିବା…

0

ପିଲାଦିନରୁ ପ୍ରତ୍ୟେକ ମଣିଷର ଶରୀରରେ ଜନ୍ମ ଚିହ୍ନ ବା କଳାଜାଇ ଥାଏ। କିଛି କଳାଜାଇ ପିଲାଦିନରୁ ଶରୀରରେ ରହିଥାଏ ଆଉ କିଛି ପରେ ଦେହରେ ସୃଷ୍ଟି ହୋଇଥାଏ। ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାହେବା ପାଇଁ ସେମାନେ ଏପରି କରିଥାନ୍ତି ।

ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ ହୋଇଥାଏ । କିନ୍ତୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଏହା ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । ଜ୍ୟୋତିଶ ଶାସ୍ତ୍ରରେ ଏହାର ଅନେକ ଅର୍ଥ ରହିଛି । କେତେକ କଳାଜାଇ କିମ୍ବା ଚିହ୍ନ ଶୁଭ ସଙ୍କେତ ଆଣିଥିବା ବେଳେ ଆଉ କେତେକ ଅଶୁଭ ଚିହ୍ନକୁ ସୂଚାଇଥାଏ। ଜାଣନ୍ତୁ ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୋଇଥାଏ.

ଡାହାଣ ଗାଲରେ କଳାଜାଇ :
ଯଦି ଆପଣଙ୍କ ଡାହାଣ ଗାଲରେ କେଉଁଠି ବି କଳାଜାଇ ଅଛି ତେବେ ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ ।

ବାମ ଗାଲରେ କଳାଜାଇ :
ଯେଉଁମାନଙ୍କର ବାମ ଗାଲରେ କାଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ମାତ୍ର ସେମାନେ ଅର୍ଥ ସଞ୍ଚୟ କରିପାରିନଥାନ୍ତି ।

ଦୁଇ ଭୃଲତା ମଝିରେ କଳାଜାଇ :
ଯେଉଁମାନଙ୍କର ଦୁଇ ଭୃଲତା ମଝିରେ କଳାଜାଇ ଥାଏ ତାହା ଶୁଭଙ୍କର ହୋଇଥାଏ । ସଫଳତା ମିଲିଥାଏ । ବିବାହ ପୂର୍ବରୁ ସେମାନଙ୍କୁ ଟିକିଏ ଭଲ ପାଇଁ ବି ଅଧିକ ପରିଶ୍ରମ କରିବାକୁ ହୋଇଥାଏ ।

ଓଠ ତଳେ କଳାଜାଇ :
ଯେଉଁମାନଙ୍କର ଓଠର ତଳେ ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ରହିଥାଏ ।

ଡାହାଣ ହାତ ପାପୁଲିରେ କଳାଜାଇ :
ଯେଉଁମାନଙ୍କର ଡାହାଣ ହାତ ପାପୁଲିରେ କଳାଜାଇ ଥାଏ ସେମାନେ ସ୍ବାସ୍ଥ୍ୟ ପାଇଁ ସାବଧାନ ରହିବା ଜରୁରୀ । କାରଣ ସେମାନଙ୍କର ରୋଗ ଏବଂ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।

ବିବାହ ପରେ ସଫଳତାର ସଙ୍କେତ ଦିଏ କଳାଜାଇ-

ବାମ ପାପୁଲିରେ କଳାଜାଇ :
ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ । ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇନଥାଏ ।ତେବେ ଖର୍ଚ୍ଚ ରୋକିବାରେ ସମସ୍ୟା ହୋଇଥାଏ ।

ପାଦରେ କଳାଜାଇ :
ଯେଉଁମାନଙ୍କର ପାଦରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ । ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ ।

ପାଦ ଗୋଇଠିରେ କଳାଜାଇ :
ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ ।

Leave a comment