ପଶ୍ଚିମବଙ୍ଗ ନିର୍ବାଚନ : ଭୋଟିଂ ବେଳେ ବୁଥ୍ ବାହାରେ ହିଂସାକାଣ୍ଡ, ୪ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି । ଭୋଟିଂ ବେଳେ କୁଚବିହାରର ସିତାଲକୁଚିରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଛି । ଏଥିରେ ୪ଜଣ ପ୍ରାଣ ହରାଇଥିବା ଜଣାପଡିଛି।

ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, କେନ୍ଦ୍ରୀୟ ଫୋର୍ସ ତରଫରୁ ଫାୟାରିଂ ହୋଇଥିଲା । ଏଥିରେ କୁଚବିହାରର ୪ ଜଣ ପ୍ରାଣ ହରାଇଛନ୍ତି । ସକାଳ ୧୦ଟାରେ ଏହି ଘଟଣା ଘଟିଥିଲା । ଏହା ସେତେବେଳେ ଘଟିଥିବା ଯେତେବେଳେ ମତଦାନ କେନ୍ଦ୍ର ନିକଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ କିଛି ଉପଦ୍ରବୀ ଆକ୍ରମଣ କରିଥିଲେ। କୁହାଯାଉଛି ଯେ, ଉପଦ୍ରବକାରୀମାନେ ଯବାନଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ୫ ରାଉଣ଼୍ଡ ଗୁଳି ଚଳାଇଥିଲେ । ଏଥିରେ ୪ଜଣଙ୍କ ଜୀବନ ଯାଇଛି ।

Leave a comment