ପଶ୍ଚିମବଙ୍ଗ: ୭ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ଲଗାତାର ବଢ଼ିବାରେ ଲାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିସାରିଛି। ଏବେ ୭ ଜଣଙ୍କୁ ଜୀଅନ୍ତା ଜାଳିଦେଇଥିବା ଖବର ଆସୁଛି। ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ଲଗାତାର ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗର ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ବାହାର ପଟୁ କବାଟ ଦେଇ ୫ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତ୍ରୁଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏହି ୭ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା କୁହାଯାଇଛି।
ସୂଚନା ମୁତାବକ, ରାମପୁରହାଟରେ ଟିଏମ୍ସି ଉପପ୍ରଧାନଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଏଭଳି ବିଭତ୍ସକାଣ୍ଡ ଘଟାଯାଇଛି। ଏହି ଘଟଣା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। କେବଳ ସେତିକି ନୁହେଁ ଡିଏମ୍ ସମେତ ବୀରଭୂମିର ବଡ ବଡ ଅଫିସରମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ପୂରା ମାମଲା ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଏ ଓ କେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ କିଛି ସୂଚନା ମିଳିନାହିଁ।