ଜଣାନ୍ତୁ ମାର୍ଚ୍ଚ ୨୭ ରୁ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ସାପ୍ତାହିକ ରାଶିଫଳ

0

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ବୁଧବାର ଓ ଗୁରୁବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ଋଣଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ଧାର୍ମିକ ଚେତନାରେ ଉଦ୍‌ବୁଦ୍ଧ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ରବିବାର ଓ ସୋମବାର ବ୍ୟକ୍ତିତ୍ବ ବିକାଶ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରେମରେ ସଫଳତା ପାଇବେ। ଶୁକ୍ରବାର ଓ ଶନିବାର ବାକ୍‌ସଂଯମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ସହସ୍ର ନାମ ପାଠ କରନ୍ତୁ।

କର୍କଟ: ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଶତ୍ରୁଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଆର୍ଥିକ ପ୍ରଗତି ସଂଘଟିତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମାନସିକ ଅବସାଦ ଦେଖାଦେବ। ବୁଧବାର ଓ ଗୁରୁବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।

କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆର୍ଥିକ ଅନଟନ ଦୂର ହେବ। ବୁଧବାର ଓ ଗୁରୁବାର ଶତ୍ରୁଦ୍ବାରା ପରାଭୂତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।

ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପାରିବାରିକ ଅଶାନ୍ତି ଦେଖାଦେବ। ବୁଧବାର ଓ ଗୁରୁବାର ପରମ୍ପରାବାଦୀ ହେବେ। ଶୁକ୍ରବାର ଓ ଶନିବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ। ଶୁକ୍ରବାର ଓ ଶନିବାର କର୍ମାଶ୍ରୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମେରୁଦଣ୍ଡରେ ଯନ୍ତ୍ରଣା ଦେଖାଦେବ। ବୁଧବାର ଓ ଗୁରୁବାର ଶ୍ରୀଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିଷ୍ଠା ପାଇବେ। ବୁଧବାର ଓ ଗୁରୁବାର ପାକସ୍ଥଳୀଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଶଂସିତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀଙ୍କ ସହସ୍ର ନାମ ପାଠ କରନ୍ତୁ।

କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ଦ୍ରବ୍ୟ କ୍ରୟ କରିବେ। ବୁଧବାର ଓ ଗୁରୁବାର ପାରିବାରିକ ସହଯୋଗ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

ମୀନ: ରବିବାର ଓ ସୋମବାର ଭାଗ୍ୟବାଦୀ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶୁକ୍ରବାର ଓ ଶନିବାର ଆର୍ଥିକ ପ୍ରଗତି ସଂଘଟିତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ କର୍ପୂରସ୍ତୋତ୍ର ପାଠ କରନ୍ତୁ।

Leave a comment