ଚତୁର୍ଥୀ ରତିରେ ଏହି ୫ଟି କଥା କାହିଁକି ହୋଇଥାଏ ଜରୁରୀ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ହିନ୍ଦୁ ଧର୍ମରେ ୧୬ ଟି ସଂସ୍କାର ପ୍ରସ୍ତୁତ ହୋଇଛି ଏମାନଙ୍କ ମଧ୍ୟରୁ ବିବାହ ହେଉଛି ଗୋଟିଏ ସଂସ୍କାର । ଏହି ସଂସ୍କାର ଦ୍ଵାରା କେବଳ ଦୁଇଜଣ ବ୍ୟକ୍ତି ନୁହଁନ୍ତି ବରଂ ଅନେକ ପରିବାର ମିଳନ ହୋଇଥାନ୍ତି । ଏହି ସଂସ୍କାରରେ ଅନେକ ରୀତିନୀତି ରହିଛି ଯେଉଁଥିରୁ ଚତୁର୍ଥୀ ରତି ଗୋଟିଏ । ଏହି ଦିନ ବର ବଧୁଙ୍କର ମିଳନର ରତି ବୋଲି କୁହାଯାଇ ଥାଏ ।

ଆସନ୍ତୁ ଜାଣିବା ଏହାର କଣ ମହତ୍ଵ ରହିଛି ।

* ପ୍ରତେକ ହିନ୍ଦୁ ପରିବାରରେ ବର କନ୍ୟା ଗ୍ରାମ ଦେବଦେବୀଙ୍କ ନିକଟରେ ପୂଜା କରି ଥାଆନ୍ତି । ଏହା ପଛର କାରଣ ରହିଛି ଯେ ଦେବଦେବୀଙ୍କ ନିକଟରୁ ପରମ୍ପରା ଓ ବଂଶ ଆଗକୁ ବଢ଼ିଥାଏ ।

* ଚତୁର୍ଥୀ ପିଣ୍ଡ ପଡ଼ିବା ସମୟରେ ଆମ ପୂର୍ବ ପୁରୁଷଙ୍କର ପୂଜା କରାଯାଇ ପିଣ୍ଡଦାନ କରାଯାଇଥାଏ । ଏହା ପଛର ମାନ୍ୟତା ରହିଛି ଯେ ପୂର୍ବଜଙ୍କ ଆଶୀର୍ବାଦ ଦ୍ବାରା ସନ୍ତାନ ସୁଖ ମିଳିଥାଏ କାରଣ ବିବାହର ସବୁଠୁ ବଡ ଉଦ୍ଦେଶ୍ୟ ହେଲା ସନ୍ତାନ ପ୍ରାପ୍ତି ।

* ଚତୁର୍ଥୀ ରାତିରେ କଣ ପାଇଁ କନ୍ୟା କ୍ଷୀର ଗ୍ଲାସ୍ ଧରି ଆସିଥାଏ ,ଏହା ପଛରେ ଜ୍ୟୋତିଷ ଓ ବୈଜ୍ଞାନିକ କାରଣ ରହିଛି । କ୍ଷୀର ହେଉଛି ଚନ୍ଦ୍ର ଓ ଶୁକ୍ରଙ୍କ ବସ୍ତୁ । ଶୁକ୍ର ପ୍ରେମ ଓ ବସନାର କାରକ ଅଟନ୍ତି ।ସେହି ସ୍ଥାନରେ ଚନ୍ଦ୍ରମା ମନର କାରକ ଅଟନ୍ତି ।ମାନ୍ୟତା ଅନୁସାରେ ଦୁଗ୍ଧ ଗ୍ଲାସ୍ ଦେବାର କାରଣ ହେଉଛି ଉଭୟଙ୍କ ସମ୍ପର୍କ ସ୍ଥିର ରହିବ ।

* ଚତୁର୍ଥୀ ରାତିରେ ଗୋଟିଏ ପରମ୍ପରା ରହିଛି ବୋହୂର ମୁହଁ ଦେଖା ।ଏହାର କାରଣ ହେଲା ସେହିଦିନ ଦୁହେଁ ଦୁହିଁଙ୍କ ନିକଟରେ କିଛି ପ୍ରତିଜ୍ଞା କରିଥାନ୍ତି । କିନ୍ତୁ ଆଜିକାଲି ଗହଣା ଓ ମୋବାଇଲ୍ ପ୍ରଭୃତି ଉପହରରେ ନେଇ ଉକ୍ତ ପ୍ରତିଜ୍ଞା ଭୁଲି ଯାଉଛନ୍ତି ।

* ଗୁରୁଜନ ମାନଙ୍କର ଆଶୀର୍ବାଦ ନେବା ଚତୁର୍ଥୀ ରାତିରେ ଗୋଟିଏ ମୁଖ୍ୟ ନୀତି ରହିଥାଏ । ଏହା ପଛର ଉଦେଶ୍ୟ ହେଉଛି ବର ବଧୁଙ୍କ ବୈବାହିକ ଜୀବନ ପାଇଁ ଶୁଭ କାମନା ପ୍ରାପ୍ତ କରିବା । ସେହିଭଳି ହିନ୍ଦୁ ଧର୍ମର ସଂସ୍କାର ଅନୁସାରେ ଯେକୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଗୁରୁଜନଙ୍କ ଆଶୀର୍ବାଦକୁ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇଥାଏ ।

Leave a comment