ନିଯୁକ୍ତି ସୁଯୋଗ ପ୍ରଦାନ କରିବ ୱେବେଲ୍ -ସିଓଇ

0

ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାରଙ୍କର ଏକ ପ୍ରୟାସ ୱେବେଲ୍-ଫୁଜିସଫ୍ଟ ଭାରା ସେଣ୍ଟର ଅଫ ଏକ୍ସେଲେନ୍ସ (ସିଓଇ) ଉପଯୋଗୀ କୁଶଳତା ସୃଷ୍ଟି କରିବା ଏବଂ ଇଣ୍ଡଷ୍ଟ୍ରି ୪.୦ ପ୍ରଯୁକ୍ତିସମୂହରୁ ପୂର୍ଣ୍ଣ ସୁଯୋଗ ନେବା ଲକ୍ଷ୍ୟ ରଖିଛି । ଏହା ଆଇଟି ଓ ଇଲେକଟ୍ରୋନିକ୍ସ ବିଭାଗ ଦ୍ୱାରା ଏହାର ନୋଡାଲ ସଂସ୍ଥା ୱେବେଲ୍ ଏବଂ ଏମଏସ୍ଏମଇ ନିର୍ଦ୍ଦେଶାଳୟ, ପଶ୍ଚିମବଙ୍ଗ ଜରିଆରେ ସ୍ଥାପନ କରାଯାଇଛି ।

ପ୍ରକଳ୍ପ ଫୁଜିସଫ୍ଟ ଆଇଏନ୍ସି, ଜାପାନ ଏବଂ ଭାରା ଟେକ୍ନୋଲୋଜି, ଭାରତ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଇଣ୍ଡଷ୍ଟ୍ରି ୪.୦ର ଚାରିଟି ପ୍ରଯୁକ୍ତି ଯଥା- ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି, ଏମ୍ବେଡେଡ ସିଷ୍ଟମ୍/ଆଇଓଟି ଏବଂ ଆଡିଟିଭ୍ ମାନୁଫାକ୍ଚରିଂ ଆଦି ନିମନ୍ତେ ଏକମାତ୍ର ସେଣ୍ଟର ଅଫ ଏକ୍ସେଲେନ୍ସ ହୋଇଛି । ଆମେ ଯେଉଁଭଳି ଭାବରେ କାର୍ଯ୍ୟ କରୁଛୁ ଏବଂ ଉତ୍ପାଦ ବିନିର୍ମାଣ କରୁଛୁ, ସେହି ଦୁନିଆରେ ବ୍ୟାପକ ରୂପାନ୍ତରଣ ଘଟିବାକୁ ଯାଉଛି । ଏହାର କାରଣ ହେଉଛି ବିନିର୍ମାଣର ଡିଜିଟାଇଜେସନ । ଏହି ରୂପାନ୍ତରଣକୁ ଇଣ୍ଡଷ୍ଟ୍ରି ୪.୦ କୁହାଯାଉଛି ଏବଂ ଏହା ଚତୁର୍ଥ ବିପ୍ଳବର ପ୍ରତିନିଧିତ୍ୱ କରୁଛି ଯାହା ବିନିର୍ମାଣ କ୍ଷେତ୍ରରେ ଘଟିଛି । ଏଥିସହିତ ସିଓଇ ମଧ୍ୟ ଲିଡରସିପ୍ ପାଠ୍ୟକ୍ରମ ଯୋଗାଇ ଦେଉଛି ।

Leave a comment