ବିଜେପୁର ଶହେ ପ୍ରତିଶତ ଜିତିବୁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପ ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନିର୍ବାଚନ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି । ଦୁର୍ଗା ପୂଜା ବିରତି ପରେ ପୁଣି ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ଏହି ପ୍ରଚାରରେ କଂଗ୍ରେସ ଟିକେ ପଛରେ ରହିଯାଇଛି। ମାତ୍ର ଶାସକ ଦଳ ଓ ବିରୋଧୀ ଦଳ ଏହି ଆସନ ଜିତିବାପାଇ ଫୁଲ ଦମ ଲଗାଇ ଦେଇଇଛନ୍ତି । ଏବେ ସେଠାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଭିଡ଼ ଜମିବା ଆରମ୍ଭ ହେଲାଣି ।

ଉପନିର୍ବାଚନକୁ ଆଉ ମାତ୍ର ୧୦ଟି ଦିନ । ତେଣୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଏହି ଆସନକୁ ନିଜ ଅକ୍ତିଆରକୁ ନେବାକୁ ରାଜ୍ୟ ସରକାରଙ୍କ ଅବହେଳାକୁ ଲୋକଲୋଚନକୁ ଆଣିବାକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଗ୍ରସ୍ତ କରିଥିଲେ । ସେଠାରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି କି, ନବୀନ ବାବୁ କାହିଁକି ବିଜେପୁର ଆସନ ଛାଡିଲେ । ସେ ଚାହିଁଥିଲେ ହିଂଜିଳି ଆସନ ଛାଡିପାରି ଥାନ୍ତେ । ନବୀନ ବାବୁ ବିଜେପୁର ବାସୀଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି । ତେଣୁ ଏଥର ବିଜେପି ପ୍ରାର୍ଥୀ ଶହେ ପ୍ରତିଶତ ଭୋଟରେ ଜିତିବ ।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇ ଥିଲେ । ଗାଇସିଲଟ ବ୍ଲକ ତଳପାଲିରୁ ଧର୍ମେନ୍ଦ୍ର ପ୍ରଚାର ଆରମ୍ଭ କରିଥିବା ବେଳେ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ମୁଖ୍ୟମନ୍ତ୍ରୀ ବିଜେପୁରକୁ ନିଜ ଅଞ୍ଚଳ କହୁଥିବାବେଳେ ଏ ଅଞ୍ଚଳର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଏହାସହ ବିଜେପି ଆସିଲେ ବିଜେପୁରକୁ ୨୦୨୨ ସୁଦ୍ଧା ସବୁ ସୁବିଧା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave a comment