ଠିଆ ହୋଇ ପାଣି ପିଉଥିଲେ ସାବଧାନ ! ଶରୀରରେ ଦେଖାଦେବ ଏହି ସମସ୍ୟା

0

ଆପଣ ଜାଣନ୍ତି କି ଭୁଲ ଉପାୟରେ ପାଣି ପିଇଲେ ଲାଭ ନୁହେଁ, ବରଂ କ୍ଷତି ହୋଇଥାଏ। ବ୍ୟକ୍ତି କେଉଁ ପୋଜିସନ୍‌ରେ ପାଣି ପିଉଛନ୍ତି ତାହାର ପ୍ରଭାବ ଶରୀର ଉପରେ ଉଭୟ ଭଲ କିମ୍ବା ଖରାପ ପଡ଼ିପାରେ। କୁହାଯାଏ ଯେ, ଖାଇବାର ତୁରନ୍ତ ପରେ ପାଣି ପିଇଲେ ବ୍ୟକ୍ତିଙ୍କ ପାଚନ କ୍ରିୟା ଉପରେ କୁପ୍ରଭାବ ପଡ଼ିଥାଏ। ଏକ୍ସପର୍ଟ କୁହନ୍ତି, ଖାଦ୍ୟ ଖାଇବାର ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ। ଆୟୁର୍ବେଦରେ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଛି।

ଡାକ୍ତରଙ୍କ ମତରେ ଠିଆ ହୋଇ ପାଣି ପିଇଲେ ଖାଦ୍ୟ ଓ ଶ୍ୱାସ ନଳୀରେ ହେଉଥିବା ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହୋଇଯାଏ। ଏହାର ପ୍ରଭାବ ଫୁସ୍‌ଫୁସ୍‌ ସମେତ ହାର୍ଟ ଉପରେ ମଧ୍ୟ ପଡ଼ିଥାଏ।
ଠିଆ ହୋଇ ପାଣି ପିଇଲେ ପେଟର ତଳ ଅଂଶ ଉପରେ ପ୍ରେସର ପଡ଼େ। ଫଳରେ ପେଟର ଆଖ ପାଖ ଅଙ୍ଗ ଖରାପ ହୋଇଥାଏ। ଏହି ଖରାପ ଅଭ୍ୟାସ ଯୋଗୁ ବ୍ୟକ୍ତି ହାର୍ଣ୍ଣିଆରେ ପୀଡ଼ିତ ହୋଇପାରେ।
ଠିଆ ହୋଇ ପାଣି ପିଇଲେ ଆଣ୍ଠୁ ଉପରେ ବି ଏହାର ପ୍ରଭାବ ପଡ଼େ। ଆଣ୍ଠୁ ବିନ୍ଧା ଓ ଦରଜ ହେବା ଭଳି ସମସ୍ୟା ଦେଖାଦିଏ।
ବ୍ୟକ୍ତି ଠିଆ ହୋଇ ପାଣି ପିଇବା ବେଳେ ପାଣି ଫିଲ୍ଟର ନ ହୋଇ ତଳି ପେଟ ଆଡ଼କୁ ସ୍ପିଡ୍‌ରେ ବୋହିଥାଏ। ଫଳରେ କିଡ୍‌ନୀ ଉପରେ ପ୍ରେସର ପଡ଼େ।
ଠିଆ ହୋଇଥିବା ଅବସ୍ଥାରେ ପାଣି ପିଇଲେ ଶୋଷ ମେଣ୍ଟି ନଥାଏ। ତୃଷ୍ଣା ମେଣ୍ଟାଇବା ପାଇଁ ଗୋଟିଏ ସ୍ଥାନରେ ବସି ଧୀରେ ଧୀରେ ପାଣି ପିଇବା ଉଚିତ୍‌।
ଠିଆ ହୋଇ ତର ତର ହୋଇ ପାଣି ପିଇଲେ ଶରୀରରେ ଏସିଡ୍‌ ସ୍ତର କମ୍‌ ହୋଇନଥାଏ। ଏଣୁ ସବୁବେଳେ ଶାନ୍ତ ହୋଇ ବସି ପାଣି ପିଇବା ଆବଶ୍ୟକ।

Leave a comment