୨୧ ଦିନ ଏହି ଭଳି ପାଣି ପିଅନ୍ତୁ ଶରୀର ହୋଇଯିବ ଏମିତି

0

ମଣିଷ ଶରୀରରେ ପ୍ରାୟ ୭୦ ପ୍ରତିଶତ ଭାଗ ଜଳ ଥାଏ। ଯଦି ଶରୀରରେ ଜଳର ମାତ୍ରା କମିଯାଏ ତେବେ ବ୍ୟକ୍ତି ଠାରେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ। ତେଣୁ ଯଦି ସୁସ୍ଥ ଶରୀର ଚାହୁଁଛନ୍ତି ତେବେ ଦିନକୁ ଖାଇବା ସହିତ ପାଣି ମଧ୍ୟ ସଠିକ୍ ପରିମାଣରେ ପିଇବା ଆବଶ୍ୟକ। ହେଲେ ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ଜାଣିନାହାନ୍ତି ଦିନକୁ ତାଙ୍କୁ କେତେ ଲିଟର ପାଣି ପିଇବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ଅଧିକ କିଛି। ତେବେ ସାଧାରଣ ଭାବରେ ଜଣେ ବ୍ୟକ୍ତି ଦିନକୁ ଦୁଇରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ। ବିଶେଷ କରି ଆପଣ କେତେ ମାତ୍ରାରେ ପାଣି ପିଇବା ଉଚିତ୍ ଏହା ଆପଣଙ୍କ କାମ ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ଯଦି ଜଣେ ଲୋକ ଚାଷ ଜମିରେ କାର୍ଯ୍ୟ କରୁଥାଏ ତେବେ ସେହି ବ୍ୟକ୍ତି ଦିନକୁ ୩ ରୁ ୪ ଲିଟର ପାଣି ପିଇବା ଆବଶ୍ୟକ। ସେହିଭଳି ଯଦି ଜଣେ ବ୍ୟକ୍ତି ଅଫିସ ରେ ବସି କାମ କରିଥାଏ ତେବେ ତାଙ୍କୁ ଦିନକୁ ୨ ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ। ଏହାର କାରଣ ବିଲରେ କାମ କରୁଥିବା ବ୍ୟକ୍ତିଙ୍କ ଦେହରୁ କଠିନ ପରିଶ୍ରମ କାରଣରୁ ଅଧିକ ଝାଳ ବାହାରେ। ତେଣୁକରି ଶରୀରରେ ଜଳୀୟ ଅଂଶ ର ମାତ୍ରା ଠିକ୍ ରଖିବାକୁ ଅଧିକ ପାଣି ପିଇବା ଆବଶ୍ୟକ। କିନ୍ତୁ ଯେହେତୁ ଅଫିସ ରେ ବସି କାମ କରୁଥିବା ବ୍ୟକ୍ତିଙ୍କ ଦେହରୁ ଅଧିକ ଝାଳ ବାହାରେ ନାହିଁ ତେଣୁକରି ସେ ଦୁଇ ଲିଟରରୁ ଅଢେଇ ଲିଟର ପାଣି ପିଇବା ଯଥେଷ୍ଟ।
ସେହିଭଳି ସବୁବେଳେ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଆବଶ୍ୟକ। ଏହାଦ୍ବାରା ଶରୀରରେ ଅନେକ ଉପକାର ହୋଇଥାଏ। ଦିନକୁ ଯେତେ ଥର ଶୋଷ ଲାଗିଲେ ଅଧିକ ପାଣି ପିଇ ପାରିବେ। ହେଲେ ସନ୍ଧ୍ୟା ପର ଠାରୁ ବା ରାତ୍ରି ସମୟରେ କମ୍ ପାଣି ପିଇବା ଉଚିତ୍।

Leave a comment