ଆପଣଙ୍କ ପିଲାକୁ ମାନସିକ ସ୍ତରରେ ଷ୍ଟ୍ରଙ୍ଗ କରିବାକୁ ଚାଁହୁଥିଲେ; ଆପଣାନ୍ତୁ ଏହି ଟିପ୍ସ ସବୁ, ପିଲାର ବଢିବ ଆତ୍ମବିଶ୍ୱାସ
ପ୍ରତ୍ୟେକ ବ୍ୟକ୍ତି ନିଜକୁ ପ୍ରତ୍ୟେକ ସ୍ଥିତି ରେ ଖାପଖୁଆଇ ଚଳାଇବା ପାଇଁ ଏବଂ ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ମାନସିକ ସ୍ତରରେ ଷ୍ଟ୍ରଙ୍ଗ ହେବ ଖୁବ ଜରୁରୀ l କେବଳ ବଡ଼ ମାନଙ୍କ ପାଇଁ ଏହା ଜରୁରୀ ନୁହେଁ, ଛୋଟ ପିଲାଙ୍କ ପାଇଁ ମଧ୍ୟ ଖୁବ ଜରୁରୀ ଅଟେ l କାହିଁକି ନା ଆଜିର ଉତେଜନା ପୁର୍ଣ ଜୀବନ ପିଲାଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଉଛି l ଏହା ପିଲା ମାନଙ୍କ ମଧ୍ୟରେ କନ୍ଫିଡେନ୍ସ ସ୍ତରକୁ ମଧ୍ୟ ହ୍ରାସ କରୁଛି l ତେଣୁ ପିଲା ମାନଙ୍କୁ ଛୋଟ ବେଳରୁ ସେଥିପାଇଁ ପ୍ରସ୍ତୁତ କରିବା ଜରୁରୀ l
-ଶିଶୁ ମନୋବିଜ୍ଞାନୀ ଙ୍କ ମତରେ ଛୋଟ ବେଳରୁ ପିଲା ମାନଙ୍କ ମଧରେ କନ୍ଫିଡେନ୍ସ ସ୍ତର ବୃଦ୍ଧି କରନ୍ତୁ l ପିଲା ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରନ୍ତୁ l ସେ ସବୁକିଛି କରି ପାରିବ ବୋଲି ତାକୁ ବାରମ୍ବାର କୁହନ୍ତୁ l ପିଲାମାନେ ଯେପରି ନିଜକୁ ଦୁନିଆ ସହିତ ଖାପ ଖୁଆଇ ଚଳାଇ ପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ l
-ନିଜ ପିଲାର ଜୀବନର ଲକ୍ଷ ପିଲାଟି ଦିନରୁ ସ୍ଥିର କରିବାକୁ କୁହନ୍ତୁ l ଏବଂ କିଭଳି ସେ ସକ୍ସେସ ହେବ ସେଥିପାଇଁ ତାକୁ ମାନସିକ ସ୍ତରରେ ଷ୍ଟ୍ରଙ୍ଗ କରନ୍ତୁ l ପିଲାଟି ବେଳରୁ ପିଲାର ଫିଜିକାଲ ହେଲ୍ଥ, ଇମୋସନାଲ ହେଲ୍ଥ, କ୍ୟାରିଅର, ଅଧ୍ୟାତ୍ମ କୁ ସଚେତନ କରନ୍ତୁ l ନିଜ ପିଲାକୁ ଛୋଟ ଛୋଟ କମ୍ପିଟିସନ ରେ ଅଂଶ ଗ୍ରହଣ କରିବାକୁ ପ୍ରବର୍ତାନ୍ତୁ ଏହା ଶିଶୁଟି କୁ ପିଲାଟି ବେଳରୁ ମେଂଟାଳୀ ଷ୍ଟ୍ରଙ୍ଗ କରିବ l
-ପିଲା କେଉଁଥିରେ ଖୁସି ହେଉଛି ତାହାକୁ ଧ୍ୟାନ ଦିଅନ୍ତୁ l ଏବଂ ନିଜ ସନ୍ତାନ ମଧ୍ୟରୁ ନକାରାତ୍ମକ ମନୋଭାବ କୁ ହ୍ରାସ କରିବା ପାଇଁ ଆତ୍ମା ବିଶ୍ୱାସ ଭରନ୍ତୁ l ଏବଂ ପିଲାଟି ବେଳରୁ ଆଧ୍ୟାତ୍ମିକ ଚିନ୍ତା ଧାରା ମନରେ ସୃଷ୍ଟି କରନ୍ତୁ l ପିଲାକୁ ସମସ୍ତଙ୍କ ସହିତ ମିଶିବାକୁ ଛାଡ଼ନ୍ତୁ l ଯାହାଦ୍ୱାରା ସେ ଠିକ ଓ ଭୁଲ ମଣିଷ କୁ ପିଲାଟି ଦିନରୁ ଜାଣି ପାରିବ l
-ପିଲାକୁ ପରିଶ୍ରମୀ ହେବ ଶିଖାଇବା ଜରୁରୀ l ଯାହା ତାକୁ ଜୀବନ ରେ ହରିବାକୁ ଦେବ ନାହିଁ l ଯେପରିକି ନିଜର ଛୋଟ ଛୋଟ କାମ ପିଲା କରି ପାରୁଥିବା ଜରୁରୀ l ଯାହାଦ୍ୱାରା ଆପଣଙ୍କ ସନ୍ତାନ ନିଜକୁ ନିଜେ ବିକଶିତ କରିପାରିବ ଓ ମାନସିକ ସ୍ତରରେ ଷ୍ଟ୍ରଙ୍ଗ ହୋଇପାରିବ l
-ଯେଉଁ ପିଲା ନକାରାତ୍ମକ ଭାବନାରେ ପରିପୂର୍ଣ ଅଟେ ତା ନିକଟ ରୁ ଦୂରତା ରଖିବାକୁ କୁହନ୍ତୁ l କାହିଁକି ନl ଅନ୍ୟର ନକାରାତ୍ମକ ଭାବନା ଅନେକ ସମୟରେ ସାମ୍ନା ଲୋକ ଉପରେ ପଡିଥାଏ l ଏବଂ ସେ ଆଗକୁ ଯିବାକୁ ଡରିଥାଏ l
-ନିଜ ପିଲାଙ୍କୁ ସୁବାସ ବୋଷ, ବିବେକାନନ୍ଦ ଙ୍କ ଭଳି ମହାପୁରୁଷ ଙ୍କ ଜୀବନି ପଢିବା ପାଇଁ ପ୍ରବର୍ତାନ୍ତୁ l ଯାହା ପିଲାର ଆତ୍ମା ବିଶ୍ୱାସ ବଢାଇବ l
– ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନିକଟତର ହେବ କୁ କୁହନ୍ତୁ, ଯାହା ଆତ୍ମବିଶ୍ୱାସ ବଢାଇବ l
– ସ୍ପଷ୍ଟବାଦୀ ହେବାର ଶିକ୍ଷା ଦିଅନ୍ତୁ ଯାହା ଆପଣଙ୍କ ସନ୍ତାନ କୁ ସତ ମାର୍ଗରେ ନେବ l