ଓଜନ ହ୍ରାସ କରିବାକୁ ଚାଁହୁଛନ୍ତି କି ? ତେବେ ଦିନକୁ କେତେ ପାଣି ପିଇବା ଜରୁରୀ, ଯଦ୍ୱାରା ଓଜନ ହ୍ରାସ କରିବାରେ ମିଳେ ସାହାଯ୍ୟ

କରୋନା କାଳ ପରେ, ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ଦେକାଦେଇଛି। ତଥାପି, ଅବହେଳା ଏବଂ ଭୁଲ ବଝାମଣା ଏବେବି ଲୋକଙ୍କ ମନରେ ରହିଛି। ଏପରି ଏକ ଭୁଲ ଧାରଣା ରହିଛି ପାଣିକୁ ନେଇ। ଅଧିକାଂଶ ଲୋକ ବୁଝନ୍ତି ନାହିଁ ଯେ ଗୋଟିଏ ଦିନରେ କେତେ ପାଣି ପିଇବା ଉଚିତ୍। ତେଣୁ, ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ଡାକ୍ତର ସେମାନଙ୍କୁ ଅଧିକ ପାଣି ପିଇବାକୁ କୁହନ୍ତି ସେମାନେ ଭାବନ୍ତି ଦିନସାରା ପାଣି ପିଇବାକୁ ପଡିବ।
କିନ୍ତୁ ଏହା ଆଦୌ ନୁହେଁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାର ଅର୍ଥ ହେଉଛି, ଆପଣଙ୍କ ଶରୀରର ଆବଶ୍ୟକତା। ପାଣିପାଗ ଏବଂ ଓଜନକୁ ଦୃଷ୍ଟିରେ ରଖି ପାଣି ପିଅନ୍ତୁ। ତେବେ ଓଜନକୁ ଧ୍ୟାନରେ ରଖି ଆପଣ ଦିନରେ କେତେ ପାଣି ପିଇବା ଉଚିତ ଆସନ୍ତୁ ଜାଣିବା.
ପ୍ରଥମେ ଆପଣଙ୍କର ଓଜନ କେତେ ତାହା ଜାଣନ୍ତୁ। ପ୍ରତି ୨୦ କିଲୋ ଓଜନ ପାଇଁ ୧ ଲିଟର ପାଣି ପିଅନ୍ତୁ। ଅର୍ଥାତ୍, ଯଦି ଆପଣଙ୍କର ଓଜନ ୨୫ କିଲୋ, ତେବେ ଆପଣଙ୍କୁ ଦିନକୁ ଅତି କମରେ ଦେଢ ଲିଟର ପାଣି ପିଇବାକୁ ପଡିବ।
ଏହା ବ୍ୟତୀତ, ଆପଣ କେଉଁ କାମ କରୁଛନ୍ତି ତାହା ପାଣିର ମାତ୍ରା ଉପରେ ନିର୍ଭର କରେ । ଯଦି ଆପଣ ଘରେ କିମ୍ବା ଅଫିସରେ ବସି କାମ କରୁଛନ୍ତି, ତେବେ ଏତିକି ପାଣି ଆପଣଙ୍କ ପାଇଁ ଯଥେଷ୍ଟ। କିନ୍ତୁ ଯଦି ଆପଣ ସାଧାରଣ ପରିବହନ ଦ୍ୱାରା ଅଫିସକୁ ଯିବା ଆସିବା କରୁଛନ୍ତି କିମ୍ବା ଦିନସାରା ବ୍ୟସ୍ତ ବହୁଳ କାର୍ଯ୍ୟ କରୁଛନ୍ତି, ତେବେ ୨୫ କିଲୋ ଓଜନ ହେଲେ ବି ଆପଣଙ୍କୁ ଅଢେଇରୁ ତିନି ଲିଟର ପାଣି ପିଇବା ଆବଶ୍ୟକ।