ଭୁଲରେ ପର୍ସ ରେ ରଖନ୍ତୁ ନାହିଁ ଏହି ଜିନିଷ ନହେଲେ ହୋଇଯିବେ ଭିକାରି

0

ଯଦି ଆପଣ ପର୍ସଟିଏ କିଣି କରି ଆଣୁଛନ୍ତି ତେବେ ଭଲ କଥା କିନ୍ତୁ ଯଦି ଆପଣଙ୍କୁ ପର୍ସ କେହି ଗିଫ୍ଟ କରୁଛି ତେବେ ତାହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ । ଯେଉଁ ପର୍ସ ଆପଣ ୟୁଜ କରୁଛନ୍ତି ତାହାକୁ ପ୍ରତି ବର୍ଷରେ ଥରେ ବଦଳାଇ ଦିଅନ୍ତୁ, ତାହା ଭଲ ଥାଉ କିମ୍ବା ନ ଥାଉ । କେହିକେହି ଭାବନ୍ତି କି ଏହି ପର୍ସ ମୋ ପାଇଁ ଲକି, ଏହାକୁ ରଖିବା ଦ୍ଵାରା ମୋର ଧନବୃଦ୍ଧି ହେଉଛି ।

କିନ୍ତୁ ଏପରି ଭାବିବା ସଂପୂର୍ଣ୍ଣ ଭୁଲ । କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ଭାବିଥାଉ । ଲକ୍ଷ୍ମୀ କେବେହେଲେ ଅପରିଷ୍କାର ଜାଗାରେ ରହିବାକୁ ପସନ୍ଦ କରନ୍ତି ନାହିଁ ।

ଯଦି ପର୍ସଟି ମଝିରୁ ଚିରି ଯାଉଛି ବା ଫାଟି ଯାଉଛି ତେବେ ତାହାକୁ ତୁରନ୍ତ ବଦଳାଇ ନିଅନ୍ତୁ, କାରଣ ଫଟା ପର୍ସରେ ପଇସା ରଖିବା ଦ୍ଵାର ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଏବେ ଜାଣିବା ପର୍ସରେ କଣ ରଖିଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଆପଣଙ୍କର ଧନବୃଦ୍ଧି ହୋଇଥାଏ ଓ ପର୍ସ କେବେ ବି ଖାଲି ହୋଇ ନଥାଏ ।

୧. ଯଦି ଆପଣ ପାରୁଛନ୍ତି ତେବେ ମା’ ଲକ୍ଷ୍ମୀଙ୍କର ଗୋଟିଏ ରୂପା କଏନ ନେଇ ପୂଜା କରି ଆଣନ୍ତୁ ଓ ତାହାକୁ ପର୍ସରେ ରଖନ୍ତୁ । ଦେଖିବେ ଆପଣଙ୍କର ଉନ୍ନତି ବହୁ ମାତ୍ରାରେ ବଢିଯିବ ।

୨. ଯଦି ରୂପା କଏନ ରଖି ପାରୁ ନାହାଁନ୍ତି ତେବେ ଆପଣ କଉଡିଟିଏ କିମ୍ବା ଶଙ୍ଖନାଭି ପଥର ବା ଗୋମତୀ ଚକ୍ରଟିଏ ମା’ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖିପାରିବେ ।

୪. ଆଉ ଏକ ଉପାୟ ବି କରି ପାରିବେ । ଆପଣ ସକାଳୁ ସକାଳୁ ଉଠି ସ୍ନାନ କରି ଗୋଟିଏ ଓସ୍ଥ ପାତ୍ର ଆଣି ତାହାକୁ ଗଙ୍ଗା ପାଣିରେ ଧୋଇ ତା’ ଉପରେ ଶ୍ରୀ ଲେଖନ୍ତୁ ଓ ସେହି ପତ୍ରକୁ ମା’ ଲକ୍ଷ୍ମୀଙ୍କୁ ଆରାଧନା କରି ପର୍ସରେ ରଖି ଦିଅନ୍ତୁ । ପତ୍ରଟି ଶୁଖିଗଲେ ତାହାକୁ କାଢି ଦେଇ ସେହିପରି ପୁଣି ଏକ ନୂଆ ପତ୍ର ରଖନ୍ତୁ ।

୫. କେହି କେହି ପର୍ସରେ ମା’ ଲକ୍ଷ୍ମୀଙ୍କ ଫୋଟୋ ବା ଦେବା ଦେବୀଙ୍କ ଫୋଟୋ ରଖିଥାନ୍ତି । ଏହା ଆଦୌ କରନ୍ତୁ ନାହିଁ । ଏହା ବହୁତ କ୍ଷତିକାରକ ହୋଇଥାଏ ।

Leave a comment