ଜାନୁଆରୀ ୨୫ ସୁଦ୍ଧା ଡିଜିଟାଲ ଭୋଟର କାର୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୦୨୧ ଜାନୁଆରୀ ୨୫ ସୁଦ୍ଧା ଡିଜିଟାଲ ଭୋଟର ପରିଚୟ ପତ୍ର ପ୍ରଚଳନ କରିବାକୁ ନିର୍ବାଚନ କମିଶନ (ଇସି) ଜୋରଦାର ପ୍ରସ୍ତୁତି ଚଳାଇଥିବା ଜଣାପଡିଛି। ଆସନ୍ତାବର୍ଷ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ସାଙ୍ଗକୁ ବିଭିନ୍ନ ରାଜ୍ୟରେ ପୌର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ପରିପ୍ରେକ୍ଷୀରେ ନିୟମିତ ଭୋଟର କାର୍ଡ ପରିବର୍ତ୍ତୋ ଏଣିକିି ଡିଜିଟାଲ କାର୍ଡ ପ୍ରଚଳନ ପାଇଁ ଇସି ଯୋଜନା ପ୍ରସ୍ତୁତ କରିଛନ୍ତି। ଅବଶ୍ୟ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାପର୍ଯ୍ୟନ୍ତ ପୂର୍ବରୁ ମିଳିଥିବା ଭୋଟର କାର୍ଡ ଜରିଆରେ ଭୋଟ ଦେଇହେବ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡିଲେ ଭୋଟରମାନେ ସେମାନଙ୍କ ଡିଜିଟାଲ ଭୋଟର କାର୍ଡକୁ ସରକାରୀ ବ୍ୟବସ୍ଥାରେ ପରିଚାଳିତ ଡିଜିଲକରରେ ରଖିପାରିବେ ବୋଲି ଜଣାପଡିଛି। ଦୁଇଟି କ୍ୟୁଆର କୋଡ୍ ଜରିଆରେ ଡିଜିଟାଲ ଭୋଟର କାର୍ଡ ଅଧିକ ସୁରକ୍ଷିତ ହୋଇପାରିବ ବୋଲି ଇସି ସୂଚନା ଦେଇଛନ୍ତି। ନିୟମିତ ଭୋଟର କାର୍ଡ ପ୍ରସ୍ତୁତ କରିବାରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଣିକି ଡିଜିଟାଲ ଭୋଟର କାର୍ଡ ପ୍ରଚଳନ ହେବ ବୋଲି କୁହାଯାଇଛି।