ଭୋଟ ଦେଲେ ସାଉଥ୍ ସୁପରଷ୍ଟାର

0

ଚେନ୍ନାଇର ବିଭିନ୍ନ ମତଦାନ କେନ୍ଦ୍ରରେ ନିଜ ନିଜର ଭୋଟ ଦେଇଛନ୍ତି ଦକ୍ଷିଣୀ ଚଳଚ୍ଚିତ୍ର ଦୁନିଆର ବହୁ ବରିଷ୍ଠ କଳାକାର । ସୁପରଷ୍ଟାର ରଜନୀକାନ୍ତ ଏବଂ କମଲ ହାସନ ଚେନ୍ନାଇରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତାଦନ କରିଛନ୍ତି । ସାଉଥ ସୁପରଷ୍ଟାର ଧନୁଷ ଚେନ୍ନାଇର ଟିଟିକେ ରୋଡ୍ରେ ଥିବା ସେଣ୍ଟ ଫ୍ରାନ୍ସିସ ଜାଭିୟର ସ୍କୁଲ୍ରେ ଭୋଟ ଦେଇଥିବା ବେଳେ କିଲପକର ହାଇସ୍କୁଲ୍ରେ ନିଜ ନେତାଙ୍କ ଲାଗି ମତସାବ୍ୟସ୍ତ କରିଛନ୍ତି ବିଜୟ ସେତୁପତି ।

ଲୋକସଭା ନିର୍ବାଚନ ୨୦୨୪ ଲାଗି ଆଜିଠୁ (ଏପ୍ରିଲ ୧୪) ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତାମିଲନାଡୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଜେଲର ଅଭିନେତା ରଜନୀକାନ୍ତ ନିଜର ଟିମ୍ ସହ ମତଦାନ କେନ୍ଦ୍ରରେ ପହଞ୍ଚି ମତସାବ୍ୟସ୍ତ କରିଛନ୍ତି । ମତଦାନ କେନ୍ଦ୍ରରୁ ବାହରି ରଜନୀକାନ୍ତ ଉପସ୍ଥିତ ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଏପରିକି ଭୋଟିଂ କାଳି ଲାଗିଥିବା ଆଙ୍ଗୁଳି ଦେଖାଇଥିଲେ ଲୋକପ୍ରିୟ ଅଭିନେତା ରଜନୀକାନ୍ତ ।

ବୁଥରେ ପହଞ୍ଚିବା ଏବଂ ଫେରିବା ସମୟରେ ସୁପରଷ୍ଟାର ରଜନୀକାନ୍ତଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସେହିଭଳି ଅଭିନେତା ଏବଂ ମକ୍କଲ ନିଧି ମାଇଆମ ସଭାପତି କମଲ ହାସନ ମଧ୍ୟ ଭୋଟ ଦେଇଛନ୍ତି । ରଜନୀକାନ୍ତ, କମଲ ହାସନ, ଧନୁଷ ଏବଂ ବିଜୟ ସେତୁପତିଙ୍କ ବ୍ୟତୀତ ଅଜିତ କୁମାର, ଶିବକାର୍ତ୍ତିକେୟନ, ଗୌତମ କାର୍ତ୍ତକ, ନିର୍ଦେଶକ ସୁନ୍ଦର ସି, ଶଶି କୁମାରଙ୍କ ସମେତ ଅନ୍ୟମାନେ ମତସାବ୍ୟସ୍ତ କରିଛନ୍ତି ।

Leave a comment