ଜିଲ୍ଲାପାଳ ଓ ଏସପିଙ୍କୁ ପାଣ୍ଡିଆନଙ୍କ ଚିଠି : ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ନିଜାମୁଦ୍ଦିନ ମରକତ ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ ।
ସୂଚନାଯୋଗ୍ୟ, ଆଗାମୀ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା ଉପରେ ଜୋର ଦେବାକୁ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିଜାମୁଦ୍ଦିନ ମରକତ ଫେରନ୍ତାଙ୍କୁ ଅପିଲ କରିଛନ୍ତି, ସେମାନେ ୧୦୪କୁ ଫୋନ କରି ମେଡିକାଲ ସହାୟତା ନିଅନ୍ତୁ ଓ ସାମ୍ନାକୁ ଆସି ନମୂନା ପରୀକ୍ଷା କରାନ୍ତୁ । ଯେଉଁମାନେ ଏଥିରେ ସାମିଲ ହେବେ ସରକାର ସେମାନଙ୍କୁ ଆଉ ତାଙ୍କ ପରିବାରକୁ ପୁରା ସହାୟତା ପ୍ରଦାନ କରିବା ସହ କରିବା ସହ ସେବା ଯୋଗାଇବେ ।