ବାଲେଶ୍ୱର ଗସ୍ତର ଦ୍ଵିତୀୟ ଦିନରେ ୫ଟି ସଚିବ; ପରେ ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକ ଓ ମିଶନ ଶକ୍ତି ମାଆଙ୍କ ସହିତ କଲେ ଆଲୋଚନା

0

ବାଲେଶ୍ୱର ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ଦ୍ୱିତୀୟ ଦିନରେ ପ୍ରଥମେ ସେ ଫକୀର ମୋହନଙ୍କ ଜନ୍ମପୀଠ ମଲ୍ଲିକାଶପୁର ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ଏହାସହ ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି । ଏହାପରେ ବାଲେଶ୍ବର କଲେକ୍ଟରେଟରେ ଥିବା ମିଶନ ଶକ୍ତି ବଜାର ବୁଲି ସକାଳ ଜଳଖିଆ କରିଛନ୍ତି ।

ସେଠାରୁ ସହଦେବଖୁଣ୍ଟା ବସଷ୍ଟାଣ୍ଡ ଯାଇ ବସ ଓ ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ । ପରେ ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକ ଓ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ପରେ ଚାନ୍ଦିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବଳରାମଗଡି ଜେଟିକୁ ଯାଇ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବେ 5T ସଚିବ । ଭୋଗରାଇ ବ୍ଲକ ଗସ୍ତ କରି ଚନ୍ଦନେଶ୍ବର ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବେ 5T ସଚିବ ।

ସେଠାରୁ ଶଙ୍ଖାରୀରେ ମନୋଜ ଦାସ ମେମୋରିଆଲ ପରିଦର୍ଶନ କରିବେ । ପରେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ଉଦୟପୁର ଗସ୍ତ କରି ଜଳସେଚନ ଓ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ପରେ ଦିନତମାମ ବାଲେଶ୍ବରର ବିକାଶ ପାଇଁ ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।

Leave a comment