ଦୁର୍ଘଟଣାରୁ ବର୍ତ୍ତିଲା ଭିସ୍ତାରା ବିମାନ : ତେଲ ଲିକ୍ ଯୋଗୁଁ ଭୁବେନଶ୍ୱର ବିମାନବନ୍ଦରରେ ହେଲା ଏମରଜେନ୍ସି ଲ୍ୟାଣ୍ଡିଙ୍ଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାର୍ଯ୍ୟ ସମୟରେ ଭିସ୍ତାରା ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ମଝି ଆକାଶରେ ଜଣାପଡିଲା ଏଥିରୁ ବିପଦ୍ଜନକ ଭାବରେ ତେଲ ଲିକ୍ ହେଉଛି । ଏଣୁ ବିମାନର ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଉଡାଣ ଭରିବାର ୨୫ମିନିଟ୍ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ସଂପୃକ୍ତ ବିମାନକୁ ଜରୁରୀ ଅବତରଣ କରାଇବାରେ ସମର୍ଥ ହୋଇଛନ୍ତି । ଏହି ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ନୂଆଦିଲ୍ଲୀ ୟୁକେ-୭୮୫ ବିମାନ ଶନିବାର ୧୧ଟା ୪୫ମିନିଟ୍ରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡାଣ ଭରିଥିଲା । ବିମାନରେ ୯୬ ଯାତ୍ରୀ ଥିଲେ । କିନ୍ତୁ ଉଡ଼ାଣ କରି ମଝି ଆକାଶରେ ଥିବାବେଳେ ଏଥିରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । ବିମାନର ତେଲ ଟାଙ୍କିରୁ ତେଲ ଲିକ୍ ହେଉଥିବା ଜଣାପଡ଼ିବା ପରେ ବିମାନକୁ ତତ୍କାଳ ଅବତରଣ କରାଇଥିଲେ ପାଇଲଟ୍ । ବିମାନଟି ମଝି ଆକାଶରେ ସଙ୍କଟଜନକ ସ୍ଥିତିରେ ଥିବା ବେଳେ ପାଇଲଟ୍ ଧୈର୍ଯ୍ୟର ସହିତ ଉଚିତ୍ ନିଷ୍ପତ୍ତି ନେଇଥିବାରୁ ଏକ ବଡ଼ଧରଣର ବିପଦରୁ ବର୍ତ୍ତିଗଲା ଏହି ବିମାନ ।