ଜାତୀୟ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ଭର୍ଚୁଆଲ ଆଲୋଚନା ଚକ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି ୨୦୨୦ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହା କିପରି ଭାବରେ ସମଗ୍ର ଭାରତବର୍ଷ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ସେ ସମ୍ପର୍କ ରେ ବିଶଦ ତଜର୍ମାର ଆବଶ୍ୟକତା ରହିଛି। ନୂତନ ଶିକ୍ଷାନୀତିର ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ଆଲୋକପାତ କରାଯିବା ସହିତ ଓଡ଼ିଶାର ଭୌଗଳିକ, ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ଏହାର କି ପ୍ରକାର ପ୍ରଭାବ ରହିବ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବା ଦରକାର । ଓଡ଼ିଶାର ଗ୍ରାମାଞ୍ଚଳ ତଥା ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଏହା କିପରି ପ୍ରଭାବିତ କରିବ ସେ ସମ୍ପର୍କରେ ସବେିଶଷ ଆଲୋଚନା କରାଯିବାର ଆବଶ୍ୟକତା ରହିଥିବା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ବନ୍ଧିତ ଦୁଇଟି ଆଲୋଚନାଚକ୍ର ଶନିବାର
ଭର୍ଚୁଆଲ ବୈଠକ ମାଧ୍ୟମେର ଅନୁଷ୍ଠିତ ହୋଇଥିଲା ।
ଆଲୋଚନା ଚକ୍ରରେ ପ୍ରଥମ ଅଧିବେଶନ ଶିକ୍ଷା ଉଦ୍ୟୋଗୀ ମାନଙ୍କ ସହିତ ଅନୁଷ୍ଠିତ ହୋଇଥିବା ବେଳେ ୨ୟ ଅଧିବେଶନ ରାଜ୍ୟର ବିଭିନ୍ନ ଶିକ୍ଷକ ଓ ଶିକ୍ଷକ ସଂଗଠନମାନଙ୍କ ସହିତ ଅନୁଷ୍ଠିିତ ହୋଇଥିଲା । ନୂତନ ଶିକ୍ଷାନୀତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିମାର୍ଣ ଓ ଅଭିଭାବକମାନଙ୍କ ସ୍ୱାର୍ଥ ସୁରକ୍ଷା ସମ୍ବଳିତ ହାଇଥିବାରୁ ପ୍ରତେକ ଆଲୋଚନା କରାଯାଇ ସୁଚିନ୍ତିତ ପରାମର୍ଶ ତଥା ଦିଗଦଶର୍ନ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଆୟୋଜକମାନେ କହିଥେିଲ ।ପ୍ରଥମ ଅଧେିବଶନେର କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ଦେବା ଅବସରରେ ଏପରି ଆଲୋଚନା ଚକ୍ରକୁ ଆୟୋଜନ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜେନ୍ମଜୟ ଲେଙ୍କା ସ୍ୱାଗତ ଅଭିଭାଷଣ ଦେବା ପରେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଅରୁଣ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କରେ ରାଜ୍ୟର ସବୁ ବଗର୍ର ମତାମତ ସଂଗ୍ରହ ଉପେର ଗୁରୁତ୍ୱୋରାପ କରିଥିଲେ । ଏହି ଅବସରେର ଉତ୍କଳ ବିଶ୍ୱବିଦ୍ୟାଳୟର ପୂବର୍ତନ କୁଳପତି ଡଃ େଅଶାକ ଦାସ, ନିବାର୍ଚନ ଆୟୋଗ ର ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ଭିତ୍ତିପ୍ରବନ୍ଧ ପାଠ କରିବା ସହ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଆଲୋଚନାଚକ୍ରରେ ଡଃ ବିଜୟ ସାହୁ, ମୁରଲୀ କ୍ରିଷ୍ଣନ, ଅମ୍ବରିଶ୍‍ ଦାସ, ଡଃ ଅଭିରାମ ବିଶ୍ୱାଳ, ଅଜୟ ବାହାଦୁର ସିଂହ, ବିପ୍ଳବ ବୁଗୁଡ଼ାୟି, ସୁଧାଂଶୁ ପଣ୍ଡା, ଆନନ୍ଦ ଅଗ୍ରୱାଲ , ଦେବସ୍ମିତା ସାହୁ, ରବୀନ୍ଦ୍ର ସେଠୀ ଓ ଡଃ ରୋଜନ୍ଦ୍ର ସାହୁ ପ୍ରମୁଖ ଭାଗନେଇଥିଲେ। ସେହିପରି ଅପରାହ୍ଣ ଅଧିବେଶନ ରେ ଶିକ୍ଷକ ଓ ଶିକ୍ଷକ ସଂଗଠନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥେିଲ । ଅଧିବେଶନକୁ ପରିଚାଳନା କରି ମନ୍ତ୍ରୀ ଡଃ ସାହୁ ଜାତୀୟ ଶିକ୍ଷାନୀତିର ଉଦେଶ୍ୟ କେତେଦୂର ଫଳପଦ ହେବ ଏବଂ ଓଡ଼ିଶା ପରେିପ୍ରକ୍ଷେୀର ଏହା େକେତଦୂର ପ୍ରଯୁଜ୍ୟ ସେ ସମ୍ପକର୍ରେ ଆଲୋଚନା କରି ଯଦି ଏଥେିର କୌଣସି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ େତେବ ସେ ସମ୍ପକର୍ରେ ରାଜ୍ୟ ସରକାର ତଥା କେନ୍ଦ୍ର୍ର ସରକାରଙ୍କ ଦୃଷ୍ଟି ଆକଷର୍ଣ କରାଯିବ ବୋଲି କହିଥେିଲ । ଅଧେିବଶନେର ସୌମ୍ୟରଞ୍ଜନ
ପଟ୍ଟନାୟକଙ୍କ ପ୍ରାରମ୍ଭିକ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପମୁଖ୍ୟ ସେଚତକ ତଥା ବିଜେଡି ର ବରିଷ୍ଠ ସାଧାରଣ ସମ୍ପାଦକ ରାହିତ ପୂଜାରୀ ସ୍ୱାଗତ ଅଭିଭାଷଣ ଦେଇଥେିଲ । ଏଥେିର ପୁବର୍ତନ କୁଳପତି ଡଃ ଆଦିତ୍ୟ ପାଢ଼ୀ ଏବଂ ସାଇ ଇଣ୍ଟରନାସନାଲର ପ୍ରତିଷ୍ଠାତା ଡଃ. ବିଜୟ ସାହୁ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରିଥେିଲ । ଅୋଲାଚନାଚକ୍ରେର ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ହୃଦାନନ୍ଦ ଦ୍ୱେିବଦୀ, ପବିତ୍ର ମାହାଲା, ଗାଲକ ନାୟକ, ପ୍ରକାଶ ମହାନ୍ତି, ମାନସ େବେହରା, ରୋଜଶ ମହାନ୍ତି, ବିନାଦ ବିହାରୀ ପାଣିଗ୍ରାହୀ, ଅମୀୟ ମହାନ୍ତି, ବିଜୟ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନା କରିଥିବୋବେଳ ଶ୍ରୀ ବିଶ୍ୱବିଦ୍ୟାଳୟର ରଞ୍ଜିତା କୁଲକର୍ଣ୍ଣି, ସମ୍ବଲପୁରର ସୁଧାଂଶୁ ଶେଖର ରଥ, କୋରାପୁଟର ଉମାଶଙ୍କର ପାତ୍ର, ଶୋଭନୀୟ ଶିକ୍ଷାଶ୍ରମର ଡଃ ଅରୁନ୍ଧତୀ ଦେବୀ, ଡଃ ପ୍ରଣତୀ ଦାସ ପ୍ରମୁଖ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସମ୍ପକର୍ରେ ମତାମତ ରଖିଥେିଲ । ଶେଷରେ ବେିଜଡିର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅପର୍ଣ କରିଥିଲେ ।

Leave a comment