ଅକ୍ସିଜେନ୍ ଅଭାବରୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁର ଭିଡିଓ ଭାଇରାଲ: ହସ୍ପିଟାଲ ସିଲ୍
(ଓଡ଼ିଶାଫାଷ୍ଟ ବ୍ୟୁରୋ): ଅକ୍ସିଜେନ୍ କାଣ୍ଡ ହୋଇଥିବା ଉତ୍ତରପ୍ରଦେଶ ଆଗ୍ରାର ପାରସ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି । ଏହି ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଅକ୍ସିଜେନ୍ ଅଭାବରୁ ମକଡ୍ରିଲ ସମୟରେ ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଦାବି ହୋଇଛି । ଏବେ ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ଚାଲିଛି । ହସ୍ପିଟାଲକୁ ସିଲ୍ କରିବା ସହ ସଞ୍ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହସ୍ପିଟାଲରେ ୫୫ ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ ସିଲ ହେବା ପରେ ଅନ୍ୟ ସମସ୍ତ ରୋଗୀଙ୍କୁ ଆଉ ଏକ ହସ୍ପିଟାଲକୁ ସିଫ୍ଟ କରାଯାଇଛି ।