ବାଇକ ଅଟକାଇ ପୋଲିସ କହିଲେ ଆଗରେ ଯମରାଜ ଅପେକ୍ଷା କରିଛନ୍ତି, ପଢ଼ନ୍ତୁ ପୁରା ଘଟଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଇକ ଅଟକାଇ ପୋଲିସ କହିଲେ ଆଗରେ ଯମରାଜ ଅପେକ୍ଷା କରିଛନ୍ତି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶରେ । ଗୋଟିଏ ବାଇକ ଜଣେ ନୁହେଁ କି ଦୁଇଜଣ ନୁହେଁ, ଏକାଥକରେ ୭ ଜଣ ଲୋକଙ୍କୁ ଦେଖି ୟୁପି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇକ ଚଳାଉଥିବା ବ୍ୟକ୍ତି ଜଣଙ୍କ ହେଲମେଟ ବି ପିନ୍ଧିନଥିଲେ ।

ତେବେ ଏମାନଙ୍କୁ ଦେଖି ପୋଲିସ ପ୍ରଥମେ ଗାଡି ଅଟକାଇଥିଲା । ହାତ ଯୋଡି ସେହି ବାଇକ ଚାଳକଙ୍କୁ ଅନୁରୋଧ କରି କହିଥିଲେ, କି ପୋଲିସକୁ ନ ଡର କିନ୍ତୁ ନିଜ ପରିବାରର ସୁରକ୍ଷା ପାଇଁ ଯମରାଜଙ୍କୁ ତ ଡର । ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ କରାଯାଇଥିବା ପୋଷ୍ଟ ଏବେ ଜୋରରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ପୋଷ୍ଟରେ ଏକଥା ଲେଖାଅଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଚିତ୍ରଟି ଏଟା ଜିଲ୍ଲାର ମାୟା ପ୍ୟାଲେସ୍ ଛକର ଅଟେ । ସେଠାରେ ପୋଲିସ ମୋଟର ସାଇକେଲରେ ୭ଜଣଙ୍କୁ ଯାଉଥିବା ଦେଖିଥିଲେ । ଯେତେବେଳେ ପୋଲିସ ଏମାନଙ୍କୁ ଅଟକାଇଥିଲା । ବ୍ୟକ୍ତି ଜଣଙ୍କ କହିଥିଲେ ସେ ଡାକ୍ତରଖାନା ଯାଇଥିଲେ ଏବଂ ବର୍ତ୍ତମାନ ତାଙ୍କ ପରିବାର ସହିତ ଫେରି ଆସୁଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିଙ୍କ ଚାଲାଣ କାଟିବା ସହ ହାତ ଯୋଡି ଟ୍ରାଫିକ ନିୟମ ବିଷୟରେ ବୁଝାଇଥିଲା ।

Leave a comment