ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ : ସିଂହଦ୍ୱାର ଥାନାରେ ଏତଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବାରମ୍ବାର ଏହିଭଳି ଶ୍ରୀମନ୍ଦିରର ଫଟୋ ବିଭିନ୍ନ ସମୟରେ ଭାଇରାଲ ହେଉଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଏହିଭଳି ଫଟୋ ଭାଇରାଲ ହେବା ଦ୍ୱାରା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଇନଷ୍ଟାଗ୍ରାମରେ ସାଲିନୀ ଫସି ଓ ଇଣ୍ଡିଆନ ଟେମ୍ପୁଲର ଦୁଇଟି ଆକାଉଣ୍ଟରେ ଶ୍ରୀମନ୍ଦିରର ଏହି ଫଟୋ ଭାଇରାଲ ହୋଇଛି। ଦକ୍ଷିଣଦ୍ୱାର ପଟୁ ଏହି ଫଟୋଚିତ୍ର ଉତ୍ତୋଳନ କରାଯାଇଥିବା ପ୍ରତୀତ ହେଉଛି।
ଶ୍ରୀମନ୍ଦିର ସୁରକ୍ଷା ଢ଼ିଲା ଯୋଗୁଁ ଏହିଭଳି ଫଟୋଗ୍ରାଫ ଭାଇରାଲ ହୋଇଥିବା କୁହାଯାଉଛି। ଗତ ୨ତାରିଖ ଦିନ ଏହି ଫଟୋଗ୍ରାଫ ଅପଲୋଡ଼ ହୋଇଥିବା ବେଳେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ। ସିଂହଦ୍ୱାର ନିକଟରେ ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରି ମନ୍ଦିର ଭିତରକୁ ଛଡ଼ାଯାଉଥିଲା। ଏତେ କଟକଣା ସତ୍ୱେ କିଭଳି ଯାତ୍ରୀ ମନ୍ଦିର ଭିତରକୁ ମୋବାଇଲ ନେଇଯିବା ସହ ଫଟୋ ଉତ୍ତୋଳନ କଲେ ଓ ସୋସିଆଲ ମିଡ଼ିଆରେ ଭାଇରାଲ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରଶାସକ ସିଂହଦ୍ୱାର ଥାନାରେ ଅଜଣା ଯାତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଛି।

Leave a comment