ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ମୂଳକ ପରିସ୍ଥିତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଦଫା ଦାବିନେଇ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀଙ୍କୁ ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୧୦ଦଫା ଦାବି ନେଇ କୂଳପତିଙ୍କୁ ଘେରିଛନ୍ତି । ସେମାନଙ୍କ ଦାବି ଗୁଡିକ ହେଲା: ଉତ୍କଳ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ପ୍ରବେଶ ଫାଟକ ଜାତୀୟ ରାଜପଥର ଓଭର ବ୍ରିଜ ନିକଟବର୍ତ୍ତୀ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ଏହି ଫାଟକକୁ ପ୍ରସ୍ଥାନ ଫାଟକ କରାଯିବ ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରାଯାଉ ।

ସେହିପରି ସବୁ ବିଭାଗର ପରୀକ୍ଷା ଏକ ସମୟରେ କରାଯାଉ । ବାତ୍ୟା ଫନି ପରେ ହଷ୍ଟେଲ ଫି ବୃଦ୍ଧି କରାଯାଇଥିଲେ ମଧ୍ୟ କୌଣସି ସୁବିଧା ଯୋଗାଇ ଦେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ହଷ୍ଟେଲର ମରାମତି ହେଉନଥିବାରୁ ଛାତରୁ ସିମେଣ୍ଟ ଅତଡା ଖସୁଛି । କିଛି ହଷ୍ଟେଲକୁ ପାଣି ଆସୁ ନାହିଁ। ଆମେ ଅଭିଯୋଗ କଲେ ଲାଠିଚାଳନା ହେଉଛି । ତେଣୁ ଏଥର ଆମ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଧରଣରୁ ନଉଠିବାକୁ ଚେତାବନୀ ଦେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।
 

Leave a comment