ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ । ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗେଟ ବନ୍ଦକୁ ନେଇ ଗଣ୍ଡଗୋଳ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ପୋଲିସ ୩ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚାର କରୁଛି ।
ସୂଚନା ଅନୁଯାୟୀ, ଗତ ଦୁଇ ସପ୍ତାହ ଧରି ନିଜର କିଛି ଦାବି ନେଇ ବାଣୀବିହାର ଫାର୍ମାସି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ମାତ୍ର ଗତକାଲି ସନ୍ଧ୍ୟାରେ ବାଣୀବିହାର ଫାର୍ମାସି ଛାତ୍ରଛାତ୍ରୀ ବାଣୀବିହାରର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଥିଲେ । ଏହି ସମୟରେ ବାଣୀବିହାର ର ଜଣେ ପୁରାତନ ଛାତ୍ର ଗେଟ ଖୋଲିବାକୁ କହିଥିଲେ ମାତ୍ର ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଗେଟ ଖୋଲି ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୁରାତନ ଛାତ୍ର ଜଣକ ନିଜ ସହଯୋଗୀମାନଙ୍କୁ ସେଠାକୁ ଡାକିଥିଲେ । ସେମାନେ ଆସି ପହଞ୍ଚିବା ପରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଣ୍ଡଗୋଳ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା ମାତ୍ର ଛାତ୍ର ମନେ ପୋଲିସ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ ଫଳରେ ୩ଜଣ ଛାତ୍ରଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରବା ସମ୍ଭାବନା କୁ ଦୃଷ୍ଟିରେ ରଖି ବାଣୀବିହାର କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି ।