ଚିକିତ୍ସା ଅବହେଳାରୁ ମୃତ୍ୟୁକୁ ନେଇ ଡାକ୍ତରଖାନା ରେ ଉତ୍ତେଜନା

0

ଓଡିଶା ଫାଷ୍ଟ(ବ୍ୟୁରୋ): ସରକାରୀ ଡାକ୍ତରଖାନାରେ ଗର୍ଭବତୀ ମହିଳା ଓ ଶିଶୁର ମୃତ୍ୟୁ କୁ ନେଇ ଉତ୍ତେଜନା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ ।

ସୂଚନାନୁଯାୟୀ, ରାଉରକେଲା ମାଲଗୋଦାମ ବସ୍ତିର ହରିଶ ଚନ୍ଦ୍ର ପାତ୍ରଙ୍କ ପତ୍ନୀ ଭାମା କିଷାନ ପ୍ରସୂତି ପାଇଁ ସରକାରୀ ଡାକ୍ତରଖାନାକୁ ଆସିଥିଲେ । ମାତ୍ର ସେଠାରେ ଭାମାଙ୍କ ମୃତ୍ୟୁ ହୋଇଯାଇଥିଲା ।
ଚିକିତ୍ସା ରେ ଅବହେଳା ଯୋଗୁଁ ଭାମା ଓ ତାଙ୍କ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏଖବର ପ୍ରଚାରିତ ହେବାପରେ ବସ୍ତିଲୋକ ସେଠାରେ ଜମା ହୋଇଯାଇଥିଲେ । ଫଳରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଭାମା ଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ନିଲମ୍ବନ ଦାବି କରିଥିଲେ । ସତର୍କତା ଦୃଷ୍ଟିରୁ ଡାକ୍ତରଖାନାରେ ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

Leave a comment

You cannot copy content of this page