ଗୋପୀନାଥପୁର ପଞ୍ଚାୟତବାସୀ ଖୋଜୁଛନ୍ତି ଯୋଗ୍ୟ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋପୀନାଥପୁର ୨୦୧୭ ମସିହାରେ ନୂତନ ପଞ୍ଚାୟତର ମାନ୍ୟତା ପାଇଥିଲା । ବଳଙ୍ଗା ପଞ୍ଚାୟତ ବିଭାଜନରୁ ଗୋପୀନାଥପୁର ପଞ୍ଚାୟତ ସୃଷ୍ଟି ହୋଇଥିଲା । ଏହି ପଞ୍ଚାୟତରେ ପ୍ରଥମ ସରପଞ୍ଚ ପଦ ଅନୁସୂଚିତ ଜାତି ସଂରକ୍ଷଣ ଆଧାରରେ ଜୟନ୍ତୀ ବେହେରା ସରପଞ୍ଚ ନିର୍ବାଚିତ ହୋଇଥିଲେ। ଦିତୀୟ ଥର ନିମନ୍ତେ ଚଳିତ ଥର ୪ ପ୍ରାର୍ଥୀ ପ୍ରତିଦ୍ଵନ୍ଧିତା କରୁଛନ୍ତି।

ପୂର୍ବତନ ସମିତି ସଭ୍ୟ ତଥା ନିମାପଡ଼ା ରାଜ ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂସଦ ସଭାପତି ପ୍ରଭାତ କୁମାର ରାୟ ନିଜର ବଳିଷ୍ଠ ନେତୃତ୍ବ ରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ପଞ୍ଚାୟତର ସର୍ବାଙ୍ଗୀଣ ଉନ୍ନତି ଜନସାଧାରଣଙ୍କ ସମସ୍ୟା ଦୂରୀଭୂତ ନିମନ୍ତେ ପ୍ରତିଶ୍ରୁତି ପୂର୍ବକ ଅଭିମନ୍ୟୁ ଓଝା, ଇନ୍ଦ୍ରମଣି ସାହୁ ଏବଂ ପ୍ରଭାତ କୁମାର ଜେନା ଲଢେଇରେ ସାମିଲ ହୋଇଛନ୍ତି। ୫ ବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଚାୟତ ଗୃହ ନିର୍ମାଣ ନହେବା ନୂତନ ପ୍ରକଳ୍ପରୁ ନିୟମିତ ପାନୀୟ ଜଳ ଯୋଗାଣ, ଶ୍ମଶାନ ପକ୍କା ରାସ୍ତା ନିର୍ମାଣ ପ୍ରଭୃତି ବାଧାପ୍ରାପ୍ତ ଯୋଗୁଁ ଅସନ୍ତୋଷ ଲାଗିରହିଛି। ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପନ୍ନ ନିମନ୍ତେ ଦୃଢ ପ୍ରତିନିଧୂ ଆବଶ୍ୟକତା ରହିଛି। ସମିତି ସଭ୍ୟ ଭାବରେ ମୁକୁନ୍ଦ ମହାରଣା, ଅଜୟ କୁମାର ସ୍ୱାଇଁ, ସରୋଜ କୁମାର ରାୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପଞ୍ଚାୟତରେ ୪୦୬୦ ମତଦାତା ୧୫ ଟି ମତଦାନ କେନ୍ଦ୍ରରେ ଆସନ୍ତା ୧୮ ତାରିଖରେ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପ୍ରାର୍ଥୀ ମାନଙ୍କ ସପକ୍ଷରେ ମତଦାତା ମାନଙ୍କୁ ଅବଗତ କରାଉଥିବା ଜଣାପଡିଛି।

Leave a comment