ଭିଜିଲାନ୍ସ ଜାଲରେ ସହକାରୀ ଚକ୍ଷୁ ଚିକିତ୍ସକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ଏକ କାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ । ମାରୁତି ନଗର ସ୍ଥିତ ଘରେ ଏବଂ ପଦ୍ମପୁର ଟାଲ ଗାଁରେ ପୈତୃକ ବାସଭବନ ମଧ୍ୟ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି ।
ସମ୍ବଲପୁର , ବରଗଡ ଓ ସୋନପୁରର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ କରି ଏହି ରେଡ଼ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଆଠ ଗୋଟି ମୂଲ୍ୟବାନ ପ୍ଲଟ ସହ ମୂଲ୍ୟବାନ କୋଠା ର ଆକଳନ ଜାରି ରହିଛି ବୋଲି ସୂଚନଦେଇଛନ୍ତି ବରଗଡ଼ ଭିଜିଲେନ୍ସ ଡ଼ିଏସପି ।

Leave a comment