ଶିକ୍ଷକ ଘରୁ ୪ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ନୂଆପଡା ଗ୍ରାମର ଜଣେ ଶିକ୍ଷକ ଘରେ ଭିଜିଲାନ୍ସ ଚଢ଼ାଉ କରି ୪ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି । କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ କରିଥିବା ଭିଜିଲାନ୍ସ ନିକଟରେ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଏକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଶିଶିରଙ୍କ ନୂଆପଡା ସ୍ଥିତ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ତାଙ୍କର ୬ଟି ଘର ଠାବ ହୋଇଛି । ଯାହାର ମୂଲ୍ୟ ୪ କୋଟି ୮ ଲକ୍ଷ ୯୩ ହଜାର ଟଙ୍କା ରହିଛି । କାର୍, ଅଳଙ୍କାର ଓ ଅନ୍ୟାନ୍ୟ ଆସବାବପତ୍ର ୬୫ ଲକ୍ଷ ଟଙ୍କାର ଠାବ ହୋଇଛି । ଅପରପକ୍ଷରେ ବ୍ୟାଙ୍କ ଜମା ସମ୍ପର୍କରେ ସୂଚନା ମିଳିନାହିଁ । ରବିବାର ବ୍ୟାଙ୍କ ଜମା ଓ ବୀମା ଯୋଜନା ସମ୍ପର୍କରେ ଜଣାପଡିବ ବୋଲି ଭିଜିଲାନ୍ସ କର୍ତ୍ତୃପକ୍ଷ କହିଛନ୍ତି ।

Leave a comment