ଡାକ୍ତରଙ୍କ ଘରୁ ଭିଜିଲାନ୍ସ କାଢିଲା ୧ କୋଟି ୧୨ ଲକ୍ଷ ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସଂଧ୍ୟାରେ ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଡାକ୍ତର ସୁକାନ୍ତ ରୋଗୀଙ୍କ ଠାରୁ ଅପରେସନ୍‌ ପାଇଁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଢିଥିଲେ ଓ ଏହା ପରେ ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବାସ ଭବନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ୧ କୋଟି ୧୨ ଲକ୍ଷ ଟଙ୍କା ମିଳିଛି ।

ସୂଚନା ମୁତାବକ ଡାକ୍ତର ସୁକାନ୍ତ ଜେନା ପୁରୀ ଚାରିଛକ ସ୍ଥିତ ହସ୍ପିଟାଲ୍‌ରେ କାର୍ଯ୍ୟ କରନ୍ତି । ଆଜି ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କ ବାସ ଭବନରେ ଚଢ଼ାଉ କରାଯାଇଥିଲା ।

Leave a comment