ଭିଜିଲାନ୍ସ ଜାଲରେ ନରସିଂପୁର ଥାନା ଅଧିକାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ନରସିଂପୁର ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହାପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ କରିଥିବା ସୂଚନା ମିଳିଛି । ଲାଞ୍ଚ ନେଉଥିବା ଥାନା ଅଧିକାରୀ ହେଉଛନ୍ତି ରମେଶ ଗରେଡ଼ିଆ । ସେ ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି ।
ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନ ନରସିଂପୁର ସ୍ଥିତ ସରକାରୀ ବାସଭବନ ଓ ସମ୍ବଲପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଟିମ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ସେ କେଉଁ କାର୍ଯ୍ୟ ପାଇଁ ଲାଞ୍ଚ ନେଉଥିଲେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଟିମ ପହଞ୍ଚି ତାଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିଛି ।