ଭିଜିଲାନ୍ସ ଜାଲରେ ଫରେଷ୍ଟର

0

ଓଡିଶା ଫାଷ୍ଟ, ( ବ୍ୟୁରୋ):  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧୀନରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ପଡିଛନ୍ତି । ତାଙ୍କ ବାଲିଗୁଡା ବଜାର ସାହିସ୍ଥିତ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ଆଜି ଭୋର ସମୟରୁ ଚଢ଼ଉ କରିଛନ୍ତି।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରହିଛି । ବାଲିଗୁଡା ସମେତ ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଓ ଭବାନୀପାଟଣା ଆଦି ଏକାଧିକ ସ୍ଥାନରେ ଥିବା କୈଳାସଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି।  ଭିଜିଲାନ୍ସ ଅଧିକାରୀ ବାଲିଗୁଡା ବାସଭବନରେ ରହି ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି।

Leave a comment
<p>You cannot copy content of this page</p>