ଲାଞ୍ଚ ନେଇ ଧରାପଡିଲେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ଏରିୟର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲାଞ୍ଚ ନେଇ ଧରାପଡିଲେ ପ୍ରିନ୍ସିପାଲ । ନୂଆପଡା ଜିଲ୍ଲା ଖଡିଆଳ ଥାନା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନାଯୋଗ୍ୟ ଯେ, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ଏରିୟର କରାଇଦେବା ପାଇଁ ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ପ୍ରିନ୍ସିପାଲ । ସଂପୃକ୍ତ ଶିକ୍ଷକଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ପ୍ରିନ୍ସିପାଲଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଗିରଫ ଜଣଙ୍କ ଖଡିଆଳ ଥାନ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ସୁଜନ କୁମାର ସାହୁ ।

Leave a comment