ବେଆଇନ କରତ କଳ ଉପରେ ଭିଜିଲାନ୍ସ ଚଢାଉ

0

ପିପିଲି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ଗୋରୁହାଟ ପଡିଆ ନିକଟରେ ଥିବା ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢାଉ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଏବଂ ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଦେଶରେ ଫେପୁଟି ରେଞ୍ଜର ମାନସ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ବନ ବିଭାଗ ଟିମରେ ଚଢାଉ କରାଯାଇଥିଲା ।

ଜଙ୍ଗଲ ବିଭାଗ ଓ ପୋଲିସ୍ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ କରାଯାଇଛି । ତେବେ ଏହି କରତ କଳ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲୁଥିବା ନେଇ ସୂଚନା ମିଳିଥିଲା ।

Leave a comment