ଭିଜିଲାନ୍ସ ଜାଲରେ ହାବିଲଦାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍ ବୁଧବାର କେନ୍ଦ୍ରାପଡା ଜିଲ୍ଲା ର ତ୍ରୈଲୋକ୍ୟନାଥ ଜେନା ନାମକ ଜଣେ ପୋଲିସ ହାବିଲଦାର ଙ୍କ ଘରେ ଚଢ଼ାଉ କରିଛି । ଡିଏସ୍ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ସହରର ଶ୍ୟାମସୁନ୍ଦରପୁର ସ୍ଥିତ ତାଙ୍କ ବାସଭବନ ରେ ଏକ ଟିମ୍ ଚଢ଼ାଉ କରିଥିବା ବେଳେ ଅନ୍ୟପକ୍ଷ ରେ ହାବିଲଦାର ଜେନାଙ୍କ ପୈତୃକ ଘର ପାଟକୁରା ଥାନା ଅଧୀନ ଶ୍ରୁତିପୁର ଓ ଶ୍ୱଶୁର ଘର ଡେରାବିଶ ଥାନା ଅଧୀନ ବରାଇଲୋ ଗ୍ରାମର ବାବାଜି ସାମଲଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ୬୦ ଲକ୍ଷ ଟଙ୍କାର ଘର, ୭ଟି ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା ଓ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଥିବା ଜଣାପଡିଛି । ଏ ସମ୍ପର୍କରେ ଡିଏସ୍ପି ରାୟଗୁରୁ କହିଛନ୍ତି, ତ୍ରୈଲୋକ୍ୟନାଥ ଗତ ୨୩ ବର୍ଷ ହେବ କେନ୍ଦ୍ରାପଡା ଜିଲ୍ଲା ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଫଳରେ ଆଜି କେନ୍ଦ୍ରାପଡା, ପାଟକୁରା ଓ ଡେରାବିଶସ୍ଥିତ ତାଙ୍କର ବିଭିନ୍ନ ଘରେ ଏକ କାଳୀନ ଚଢ଼ାଉ କରାଯାଇଛି ।