ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟାଟାରେ ଚାକିରି ଦେବା ନାଁରେ ଭାବୀ ଜ୍ୱାଇଁଙ୍କ ସହ ମିଶି ଠକେଇ ମାମଲାରେ ଚଢ଼ାଉ । ଗୋପାଳପୁର ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଏବଂ ପ୍ରଦୀପଙ୍କ ଡ୍ରାଇଭର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୧୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟାରେ ଚାକିରି ଦେବା ନାଁରେ ଠକେଇ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ପ୍ରଦୀପ ଓ ଆକାଶ । ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏବେ ବି ଚଢ଼ାଉ ଜାରି ରହିଛି ।