ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଏହାସହ ତାଙ୍କର ଭବାନୀପାଟଣାର ନକଟିଗୁଡ଼ାସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଥିବା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ପୂର୍ବତନ ବିଜେଡି ବିଧାୟକ ଅନାମଙ୍କ ଘରେ ଏହି ଚଢ଼ଉ କରାଯାଇଛି । ୨୦୧୪ ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Leave a comment