ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

କେସ୍ ବନ୍ଦ କରିବାକୁ ନେଉଥିଲେ ଲାଞ୍ଚ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଜଣେ ଭିଜିଲାନ୍ସ ବିଭାଗ ଅଧିକାରୀ ପଡ଼ିଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ ମାମଲାକୁ ବନ୍ଦ କରି ଦେବା ପାଇଁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କ ମାଧ୍ୟମରେ ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ହାତରେ ସେ ଧରାପଡ଼ିଥିଲେ।

ଇନ୍ସପେକ୍ଟର ମାନସୀ ଜେନାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ତାଙ୍କର ଅଫିସ୍ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଛି। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

Leave a comment